ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଯାତ୍ରୀ ଭଡାରେ ବୃଦ୍ଧି କରିଛନ୍ତି ଯାହା ନୂଆବର୍ଷରୁ ଅର୍ଥାତ ଆଜି ରାତି ୧୨ଟାରୁ ଲାଗୁ ହେବ। ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି, ସାଧାରଣ ଅଣ-ଏସି ଟ୍ରେନରେ ଯାତ୍ରୀ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଥିବା ବେଳେ ମେଲ ଏବଂ ଅଣ-ଏସି ଏକ୍ସପ୍ରେସ ଟ୍ରେନରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ଏସି ଟ୍ରେନରେ ଏହି ଭଡାରେ ୪ ପଇସା ବୃଦ୍ଧି କରାଯାଇଛି।