ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର ରାଜ୍ୟ By Nitidin Last updated Dec 31, 2019 Share ପୁରୀ.ଏନ୍ଏନ୍ଏସ୍: ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହେବା ସହ ସଜେଇ ହୋଇଛି। ଧୀରେ ଧୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସହ ନବବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର ଚୌହଦୀ ୭୫ ମିଟର ଉଚ୍ଛେଦ କରାଯିବା ପରେ ମେଘନାଦ ପାଚେରୀ ଚାରି ପାଖରେ ଗଛ ଲଗାଯାଇଥିବା ବେଳେ ରାତିରେ ରଙ୍ଗବେରଙ୍ଗର ଆଲୋକରେ ମେଘନାଦ ପାଚେରୀକୁ ସଜାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଏହାସହ ୬୦ ରୁ ଅଧିକ ପୁଲିସ ଫୋର୍ସ , ୨୭୬ ଜଣ ଅଧିକାରୀ ମୁତୟନ କରାଯାଇଛି ବୋଲି ଜଣାପଡ଼ିଛି। ବିଶେଷ କରି ସୌନ୍ଦର୍ୟ୍ୟକରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନୂଆବର୍ଷ ପାଇଁ ଆଜି ରାତି ଗୋଟଏରୁ ଖୋଲିବ ପୁରୀ ଶ୍ରୀମନ୍ଦିର। ମଙ୍ଗଳବାର ରାତି ୧୦ଟା ୩୦ ସୁଦ୍ଧା ପହୁଡ଼ ନୀତି ସମ୍ପନ୍ନ କରାଯିବ। ଏହାପରେ ରାତି ଗୋଟାଏରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ଦେଇଛନ୍ତି। Share