ସୋନପୁରରେ ଅଧିକ ଶୀତ ଅନୁଭୂତ 

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଗାତାର ରାଜ୍ୟରେ ତୃତୀୟ ଦିନ ପାଇଁ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ସୋନପୁର ରାଜ୍ୟରେ ଥଣ୍ଡାର ପରିମାଣ ଅତ୍ୟଧିକ ରହିଛି। ଶନିବାର ଦିନ ସୋନପୁରରେ ତାପମାତ୍ରା ୩ ଡିଗ୍ରୀରେ ପହଞ୍ଚି ଥିବା ବେଳେ ଗତକାଲି ଏଠାରେ ପାରଦ ୫.୪ ଡିଗ୍ରୀରେ ପହଞ୍ଚିଛି। ରବିବାର ରାତିରେ ରାଜ୍ୟର ୧୬ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିଥିଲା।

ଆହୁରି ଦିନେ ଦୁଇଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି  ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କନ୍ଧମାଳରେ ଶୀତ କଲବଲ କରୁଛି। ପ୍ରବଳ ଜାଡ଼ରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦୁଇଦିନ ହେଲା ଦାରିଙ୍ଗବାଡ଼ି ଅପେକ୍ଷା ଫୁଲବାଣୀରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ସୋମବାର ରାତିରେ ଥଣ୍ଡାର ପ୍ରକୋପକୁ ଦେଖି ବାଲେଶ୍ବର, ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି ଓ ସୋନପୁର ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧ ଓ ୨ ତାରିଖରେ ଶୀତ କମିବାର ସମ୍ଭାବନା ଅଛି। ତେବେ ୨ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷାର ସମ୍ଭାବନା ଅଛି। ୩ରୁ ୪ ତାରିଖ ମଧ୍ୟରେ ବର୍ଷା ଲାଗି ରହିବ। ଆସନ୍ତା ୪ ଦିନପର୍ଯ୍ୟନ୍ତ ରାତି ସମୟରେ ତାପମାତ୍ରା ୨ରୁ ୩୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ସେହିପରି ଆସନ୍ତା ୨ରୁ ୩ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ହେବ। ଗତ ରାତିରେ ସୋନପୁରରେ ତାପମାତ୍ରା ୫.୪ ଡିଗ୍ରୀ ଥିବାବେଳେ ଅନୁଗୋଳରେ ୫.୬, ଫୁଲବାଣୀରେ ୬.୩ଟିଟିଲାଗଡ଼ରେ ୬.୫ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କେନ୍ଦୁଝରରେ ୭.୪, ବାଲେଶ୍ବର, ସୁନ୍ଦରଗଡ଼ଓ ବଲାଙ୍ଗିରରେ ୮.୫, ସମ୍ବଲପୁରରେ ୮.୭ଝାରସୁଗୁଡ଼ାରେ ୮.୯, ଭବାନୀପାଟଣାରେ ୯ ଡିଗ୍ରୀ, କୋରାପୁଟରେ ୯.୨, ତାଳଚେର ଓ ବାରିପଦାରେ ୯.୪, କଟକରେ ୯.୫ ଡିଗ୍ରୀ ରେକର୍ଡ଼ କରାଯାଇଛି।