ରେକର୍ଡ କଲା ପଠାଣି ସାମନ୍ତ ପ୍ଲାନେଟାରିୟମ, ଗୋଟିଏ ଦିନରେ ୬୫ ହଜାର ଆଦାୟ ମହାନଗରରାଜ୍ୟ By Nitidin On Dec 29, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୯ ମସିହାର ଆଜି ଥିଲା ଶେଷ ରବିବାର। ଆଉ ଏହି ଦିନର ମଜା ଉଠାଇବା ପ୍ଲାନେଟାରିୟମରେ ଅଂସଖ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ଆଜି ପ୍ଲାନେଟାରିୟମ ତା’ର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ରବିବାର ପଠାଣି ସାମନ୍ତ ପ୍ଲାନେଟାରିୟମ ତରଫରୁ ସକାଳ ୧୦ଟାରୁ ଲୋକମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳ ୧୦ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟା ବ୍ୟବଧାନରେ ଶୋ’ ବ୍ୟବସ୍ଥା କରାଯାଇଥିଲା। ସୋ ଗୁଡିକ କ୍ରମାନ୍ୱୟରେ ଓଡ଼ିଆ ହିନ୍ଦୀ ଭାଷାରେ ପରିବେଷଣ କରାଯାଇଥିଲା। ତେବେ ରବିବାରର ୧୮ଟି ଶୋ’ ରେ ୨୫୭୯ ସଂଖ୍ୟକ ଦର୍ଶକଙ୍କ ଠାରୁ ମୋଟ ୬୫,୨୧୦ ଟଙ୍କା ଆଦାୟ କରାଯାଇଥିଲା। ଯାହା ପଠାଣି ସାମନ୍ତ ପ୍ଲାନେଟାରିୟମର ଗତ ୩୦ ବର୍ଷ ମଧ୍ୟରେ ସର୍ବାଧିକ ଅଟେ। ପ୍ରକାଶଥାଉକି ଚଳିତମାସ ଡିସେମ୍ବର ୨୨ରେ ଗୋଟିଏ ଦିନରେ ୫୫,୩୩୦ ଟଙ୍କା ସଂଗୃହୀତ ହୋଇଥିଲା। ପ୍ଲାନେଟାରିୟମର ଅପରେଟର ସୁରେଶ ଚନ୍ଦ୍ର ପରିଚ୍ଛା, ସୁଶାନ୍ତ କୁମାର ବାନରା, ଚିତ୍ତ ରଞ୍ଜନ ଷଡ଼ଙ୍ଗୀ ଓ ପରମାନନ୍ଦ ସୋରେନ୍ ଶୋ’ ପରିଚାଳନା କରିଥିଲେ। ଅପରପକ୍ଷରେ ପ୍ଲାନେଟାରିୟମ ଆସିଥିବା ଦର୍ଶକ ଶୃଙ୍ଖଳିତ ଭାବେ ଶୋ’ ଦେଖିଥିବାରୁ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ-ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି। Share