ଭଣ୍ଡାରିପୋଖରୀ,ଏନ୍ଏନ୍ଏସ୍ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ମଞ୍ଜୁରୀରୋଡ଼ ବଜାରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ବ୍ୟାଙ୍କ୍ ସାମ୍ନାରୁ ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତ ୧.୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବ୍ୟକ୍ତିଜଣକ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆସିଥିବା ବେଳେ ୨ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇଛନ୍ତି।
ସୂଚନା ଅନୁସାରେ, ଶଙ୍କର୍ଷଣ ପଣ୍ଡା ନାମକ ବ୍ୟକ୍ତି ବଜାରରେ ଥିବା ଆଲ୍ଲାହାବାଦ ବ୍ୟାଙ୍କଙ୍କୁ ୧.୩ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିଲେ। ହଠାତ୍ ୨ ଦୁର୍ବୃତ୍ତ ବାଇକ୍ରେ ଆସି ବ୍ୟାଙ୍କ୍ ସାମ୍ନାରୁ ତାଙ୍କ ହାତରୁ ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ସ୍ଥାନୀୟ ଲୋକ ଓ ମଞ୍ଜୁରୀରୋଡ଼ ପୁଲିସ ସହାୟତାରେ ସେମାନେ ଲୁଟେରାଙ୍କ ପିଛା କରିଥିଲେ। ମାତ୍ର କିଛି ବାଟ ପିଛା କରିବା ପରେ ଅଧା ରାସ୍ତାରେ ବାଇକ୍ ପକାଇ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ପୁଲିସ ନମ୍ବର ପ୍ଲେଟ୍ ବିହୀନ ବାଇକ୍ଟିକୁ ଜବତ କରି ତଦନ୍ତ ଜାରି ରଖିଛି।