ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଟୁ ସାହା ଓଡ଼ିଶା କ୍ରିକେଟ ପାଇଁ ମନୋନୀତ ହୋଇଛନ୍ତି। ୧୯ ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ ହେଉଥିବା ବେଳେ ସେଥିରେ ବିଟୁଙ୍କ ନାମ ରହିଛି। ମାଲକାନଗିରି ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟମାନରକ୍ରୀଡ଼ା ପ୍ରଦର୍ଶନ କରି କଟକ କ୍ୟାମ୍ପ ପାଇଁ ଜିଲ୍ଲାର ୩ଜଣ ମନୋନୀତ ହୋଇଥିଲେ।
ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ବିଟୁ ଓଡ଼ିଶା ଦଳ ପାଇଁ ଖେଳିବାକୁ ମନୋନୀତ ହୋଇଛନ୍ତି। ସେ ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ବେଳେ ତାଙ୍କ ପିତା ଜଣ୍ଟୁ ସାହା ବ୍ୟବସାୟ କରି ପରିବାର ଚଳାଇ ଆସୁଛନ୍ତି। କଟକରେ ରହି ବହୁ କଷ୍ଟରେ ସେ ସାଇକେଲ୍ ଯୋଗେ ଭୁବନେଶ୍ୱର ଆସି ଅଭ୍ୟାସ କରୁଥିଲେ। ସେ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା କୁଚ ବିହାରୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛି।