ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଉଦଘାଟନ କରିଛନ୍ତି। ଏହି ଯୋଜନାକୁ ୭ ରାଜ୍ୟର ୮୩୫୦ ଗ୍ରାମର ଲୋକମାନେ ଲାଭ ଉଠାଇପାରିବେ। ଏହା ବ୍ୟତୀତ ମନାଲୀରୁ ଲେହକୁ ସଂଯୋଗ କରୁଥିବା ରେହତାଙ୍ଗ ସୁଡ଼ଙ୍ଗର ନାମକୁ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରି ଅଟଳ ସୁଡ଼ଙ୍ଗ ରଖାଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଟଳ ଭୂଜଳ ଯୋଜନା ଆରମ୍ଭ ହୋଇଥିବାରୁ ବାଜପେୟୀଙ୍କ ସ୍ବପ୍ନ ପୂରଣ ହୋଇଛି। ଜଳ ସଙ୍କଟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ତେଣୁ ତଳକୁ ବାଜପେୟୀ ସବୁବେଳେ ଗୁରୁତ୍ଵ ଦେଉଥିଲେ। ଜଳ ସଙ୍କଟର ସମସ୍ତ ସ୍ଥିତିକୁ ମୁକାବିଲା କରିବା ଲାଗି ନୂଆ ଭାରତକୁ ପ୍ରସ୍ତୁତ କରିବାକୁ ହେବ। ଏଥିପାଇଁ ଆମକୁ ୫ଟି ସ୍ତରରେ ଏକା ସାଙ୍ଗରେ କାମ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।