୧୮ ବର୍ଷ ଜେଲରେ ରହି ଫେରିବା ପରେ ଆତ୍ମହତ୍ୟା

ନୂଆପଡ଼ା,ଏନ୍ଏନ୍ଏସ୍ : ସ୍ତ୍ରୀକୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ହେବା ପରେ ଦୀର୍ଘ ୧୮ ବର୍ଷ ଜେଲରେ ଅଭିଯୁକ୍ତ ରହିଥିଲା। ଜେଲରୁ ଫେରିବାପରେ କୌଣସି କାରଣରୁ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିôଥବା ସୂଚନାରୁ ପ୍ରକାଶ। ମୃତ ଅଭିଯୁକ୍ତ ଜଣକ ହେଲେ ନୂଆପଡ଼ା ଥାନା ଅଧୀନ ଗୋଲାବନ୍ଧ ଗାଁର ଭୁବନ ମାଝୀ(୫୦)। ସେ ଜେଲରେ ବିଭିନ୍ନ କାମ କରିଥିଲେ। ପାରିଶ୍ରମିକ ବାବଦରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଲକ୍ଷାଧିକ ଟଙ୍କା ଦେଇଥାନ୍ତେ। ନିୟମ ଅନୁଯାୟୀ ସେ ଜେଲରୁ ଯେଉଁଦିନ ମୁକ୍ତି ପାଇଲେ ସେଦିନ ତାଙ୍କୁ ସେହି ଟଙ୍କା ମିଳିବା କଥା। ହେଲେ ତାହା ମିଳି ନଥିଲା। ଏହାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜକୁ ୧୮ ବର୍ଷ ତଳେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲ୍ ଯାଇଥିଲେ। ପ୍ରଥମେ ନୂଆପଡ଼ା ଉପକାରାଗାରରେ ତାଙ୍କୁ ୨ ବର୍ଷ କାଟିବାକୁ ପଡ଼ିଥିଲା। ପରେ ଭବାନୀପାଟଣା ଜେଲ୍ରେ ୧୦ବର୍ଷ ଏବଂ ଶେଷ ସମୟରେ ଖଡ଼ିଆଳ ଉପକାରାଗାରରେ ୬ ବର୍ଷ ରହିଥିଲେ। ଜେଲ୍ରେ ଥିବା ସମୟରେ ମିସ୍ତ୍ରୀ ଭାବେ ଦରି ଏବଂ ଲୁଗା ବୁଣା କାମରେ ନିୟୋଜିତ ଥିଲେ। ଏହି ବାବଦକୁ ତାଙ୍କୁ ଲକ୍ଷାଧିକ ଟଙ୍କା ପାରିଶ୍ରମିକ ମିଳିବା କଥା। ଆଜକୁ ମାସକ ତଳେ ସେ ଖଲାସ ହୋଇ ଘରକୁ ଆସିଥିଲେ। ଘରେ ପହଞ୍ôଚବା ବେଳକୁ ପୁଅ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ। ଘରେ ଆଉ କେହି ନ ଥିଲେ। ଯେଉଁ ଦୂର ସମ୍ପର୍କାୟମାନେ ଥିଲେ ସେମାନେ ତାଙ୍କୁ ଠିକ ଭାବେ ଗ୍ରହଣ କରି ନଥିଲେ।

କେତେଜଣ ଗ୍ରାମବାସୀଙ୍କ ସହ ମିଶି ପାରିଶ୍ରମିକ ବାବଦରେ ଥିବା ଟଙ୍କା ଆଣିବା ପାଇଁ ସେ ଭବାନୀପାଟଣା ଜେଲକୁ ଯାଇଥିଲେ। ସେଠାରେ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ସେ ହତାଶ ହୋଇ ଘରକୁ ଫେରି ଆସିଥିଲେ ବୋଲି ତାଙ୍କର ସହଯୋଗୀ ହେମଲାଲ ରଣା କହିଛନ୍ତି। ସେଦିନଠାରୁ ଭୁବନ ମାନସିକ ଭାରସାମ୍ୟ ହରାଇ ଭାଙ୍ଗି ପଡ଼ିଥିଲେ। ଶେଷରେ ସୋମବାର ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏ ବିଷୟରେ ନୂଆପଡ଼ା ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡଙ୍କୁ ପଚାରିବାରୁ ମୃତକଙ୍କ ଗାଁ ମାଓବାଦୀ ଉପଦୃତ ଅଞ୍ଚଳ। ଆଜି ମୃତଦେହକୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ଅଣାଯାଇ ଶବବ୍ୟବଚ୍ଛେଦ କରାଯାଉଥିବା କହିଛନ୍ତି।