ଇଂଜିନିୟରିଂ ନିଯୁକ୍ତି ଆଶାୟୀଙ୍କ ତୁମୁଳକାଣ୍ଡ: ଜେଏସଡବ୍ଲ୍ୟୁ କାର୍ଯ୍ୟାଳୟ ଚୁରମାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚାକିରି ଦେବାକୁ କହି ଦିନ ପରେ ଦିନ ଗଡାଇ ଚାଲୁଥିଲେ। ଆଉ ଶେଷରେ ଘଟିଲା ତୁମୁଳକାଣ୍ଡ। ୨ଶହରୁ ଅଧିକ ଇଂଜିନିୟରିଂ ନିଯୁକ୍ତି ଆଶାୟୀମାନେ ମଙ୍ଗଳବାର ସକାଳେ ପାରାଦ୍ୱୀପ ଜେଏସଡବ୍ଲ୍ୟୁ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି। ପୁଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ୧୫ରୁ ଅଧିକ ବାଇକ୍ ଜବତ କରିଛି।

ପ୍ରକାଶ ଥାଉକି ନିଯୁକ୍ତି ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କାହିଁକି ଏପର୍ୟ୍ୟନ୍ତ ପୂରଣ ହୋଇନାହିଁ ବୋଲି ଆଶୟୀମାନେ ପ୍ରଶ୍ନ କରିଥିଲେ। ପାରାଦୀପ ଜେଏସଡବ୍ଲୁ ଅଧିକାରୀଙ୍କୁ କୈଫିୟତ ମାଗିବା ସହ ଆସବାବପତ୍ର ପିଙ୍ଗି ଭଙ୍ଗାରୁଜା କରିଥିଲେ।

ଏହା ପରେ ଜେଏସଡବ୍ଲୁ କାର୍ୟ୍ୟାଳୟରୁ ପାରାଦୀପ ଥାନାକୁ ଯାଇ ଆଶାୟୀମାନେ ପାଟିତୁଣ୍ଡ ମଧ୍ୟ କରିଥିଲେ। ଏହି ସମୟରେ ପୁଲିସ ଲାଠି ଚାର୍ଜ କରିବା ସହ କିଛି ଯୁବକଙ୍କ ଧରି ଥାନାରେ ଅଟକ ରଖିଛି।