ଓଲା ଆରମ୍ଭ କରିବ ‘ଗାର୍ଡିଅନ୍’ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ: ଓଲା କ୍ୟାବ୍ ଯାତ୍ରୀଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ଗାର୍ଡିଅନ୍ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ କମ୍ପାନୀ ଘୋଷଣା କରିଛି। ଭାରତର ବିଭିନ୍ନ ସହର ସମେତ ଅଷ୍ଟ୍ରେଲିଆର କେତେକ ସହରରେ ଏଆଇ ଅଧାରିତ ଏହି ସୁରକ୍ଷା ବ୍ୟବସ୍ଥାର ପରୀକ୍ଷାମୂଳକ ସେବା ଯୋଗାଇ ଦିଆଯାିଥିବା ବେଳେ ବେଙ୍ଗାଲୁରୁ, ମୁମ୍ବାଇ, ପୁନେ, ଚେନ୍ନାଇ, ହାଇଦ୍ରାବାଦ, କୋଏମ୍ବାଟୁର, ତ୍ରିଚି ଭଳି ସହରରେ ଏହି ସୁବିଧା ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଯାଇଛି। ଯଦି କୌଣସି ଓଲା ଡ୍ରାଇଭର ଯାତ୍ରା ସମୟରେ ରୁଟ୍ ପଥରେ ଅନିୟମିତତା କରନ୍ତି କିମ୍ବା ଅନ୍ୟ କୌଣସି ଅନାବଶ୍ୟକ ଆଚରଣ ପ୍ରଦର୍ଶନ କରନ୍ତି ତେବେ ସେ ସମ୍ପର୍କରେ ଏହି ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ତତକ୍ଷଣାତ୍ କମ୍ପାନୀକୁ ସୂଚନା ମିଳିଯିବ।