ଅଗରତାଲା,ଏଜେନ୍ସି: ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଗୃହମନ୍ତ୍ରାଳୟର ଅଧୁନା ଅଗରତାଲା (ତ୍ରିପୁରା)ରେ କାର୍ୟ୍ୟରତ ସହନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମହାପାତ୍ରଙ୍କୁ ଉଲ୍ଲେଖନୀୟ ସେବା ପାଇଁ ୨୦୧୮ ମସିହାର ରାଷ୍ଟ୍ରପତି ପୁଲିସ ପଦକରେ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁନେ ଠାରେ ଡିସେମ୍ବର ୮ ତାରିଖରେ ସଦ୍ୟ ସମାପ୍ତ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସମଗ୍ର ଦେଶରୁ ଏକ ମାତ୍ର ଓଡ଼ିଆ ଅଧିକାରୀ ଭାବେ ଏହି ସମ୍ମାନ ଗ୍ରହଣ କରି ସେ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। ଅପରପକ୍ଷରେ ଶ୍ରୀ ମହାପାତ୍ର ଜୟପୁର ମାଦଳାସାହିସ୍ଥିତ ଅବସରପ୍ରାପ୍ତ ଜିଲ୍ଲା ଜଜ୍ କିଶୋର ଚନ୍ଦ୍ର ମହାପାତ୍ରଙ୍କର ଜ୍ୟୋଷ୍ଠପୁତ୍ର।