କଟକ,ଏନ୍ଏନ୍ଏସ୍: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଅନ୍ତିମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ବେଳେ ଏ ନେଇ ଟସ୍ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ବିରାଟ କୋହଲିଙ୍କ କହିବା ଅନୁସାରେ ବାରବାଟୀ ଫିଲ୍ଡରେ ରନ କରିବା ସହଜ ହେବ କିନ୍ତୁ ରନ ଅଟକବାକୁ ସେ ବେଶି ଗୁରୁତ୍ବ ଦେଇଛନ୍ତି।
ସେହିପରି ପ୍ରଥମ ୨ଟି ମ୍ୟାଚ ଭଳି ବାରବାଟୀରେ ଟସ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ପିଚ୍ ନିଶ୍ଚିତ ଭାବେ ବ୍ୟାଟିଂ ଉପଯୋଗୀ ହେବ ବୋଲି ପୂର୍ବାନୁମାନ କରିଛନ୍ତି ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଫିଲ୍ ସିମନ୍ସ। ଭାରତ ବିପକ୍ଷରେ ଆମେ ପ୍ରଥମ ୨ଟି ମ୍ୟାଚରେ ଭଲ କ୍ରିକେଟ ଖେଳିଛୁ। ପ୍ରଥମ ମ୍ୟାଚରେ ବିଜୟ ପରେ ୨ୟ ମ୍ୟାଚ୍ରେ ଭାରତ ଦୃଢ଼ତାର ସହିତ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ୨ ମ୍ୟାଚ୍ରେ ହାଇସ୍କୋରିଂ ପିଚ୍ ରହିଥିବା ବେଳେ ବାରବାଟୀରେ ମଧ୍ୟ ସେଭଳି ପିଚ୍ ଦେଖିବାକୁ ମିଳିବ।