ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲାର ସେସନ କୋର୍ଟ ଓ ପୋକ୍ସୋ କୋର୍ଟ ପକ୍ଷରୁ ଜଷ୍ଟିସ ପ୍ରଭାକର ଗଣ୍ଠିଆ ଶନିବାର ଜଣେ ଶିକ୍ଷକଙ୍କୁ ଏକ ନାବାଳିକାକୁ ଦୁଷ୍କର୍ମ କରିଥିବା ମାମଲାରେ ୨୦ ବର୍ଷ କଠୋର କାରାବାସ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୧ଜଣଙ୍କ ବୟାନ ଅନୁସାରେ ଏହି ରାୟ ଶୁଣାଣି ହୋଇଥିବା ଜଣାଯାଇଛି। ସେହିପରି ଏହି କେସରେ ସମ୍ପୃକ୍ତ ଥିବା ଦୋଷୀକୁ ୫୦ହଜାର ଟଙ୍କା ଜୋରିମାନା ଦେବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ ୨୦୧୫ରୁ ଉକ୍ତ ଶିକ୍ଷକ ଜଣଙ୍କ ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ତା ସହ ଦୁଷ୍କର୍ମ କରିଆସୁଥିଲା। ଏହି ପରିପ୍ରେକ୍ଷୀରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ। ଏ ନେଇ ଶିକ୍ଷକ ଜଣଙ୍କ ଏହାକୁ ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମ ଦେଇଥିଲେ। ପରେ ନାବାଳିକା ଜଣଙ୍କ ପରିବାର ସହ ଠୁକରଗଡ଼ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଏହା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।