ବାଲେଶ୍ୱର,ଏନଏନଏସ୍: ୨୦୧୭ମସିହାରେ ଜଣେ ଶିଳ୍ପାଚଂଳ ଥାନା ଅର୍ନ୍ତଗତ ନରହରିପୁର ଗ୍ରାମର ତାଙ୍କର ଜଣେ ସମ୍ପର୍କୀୟ ମାଇଁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୁରୁବାର ଅତିରିକ୍ତ ଜିଲ୍ଲା ଦୌରାଜଜ(୨) ସୁବାଷ କୁମାର ବିହାରୀ ଅଭିଯୁକ୍ତ ଭଣଜା ଶଶଧର ମଣ୍ଡଳଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୭ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ସୂଚନା ଅନୁସାରେ,ଶିଳ୍ପାଚଂଳ ଥାନା ନରହରିପୁର ଗ୍ରାମର ଜଣେ ମାମୁ ଓ ତାଙ୍କ ଭଣଜା ଶଶଧରଙ୍କ ମଧ୍ୟରେ ଉତମ ସମ୍ପର୍କ ରହିଥିଲା। ଏପରିକି ସେମାନେ ଦୁହେଁ ମିଶି ଏକ ଢ଼ାବା ମଧ୍ୟ କରିଥିଲେ। ଏହାରି ମଧ୍ୟରେ ଭଣଜା ଶଶଧର ତାଙ୍କ ଘରକୁ ଯିବା ଆସିବା ଲାଗି ରହିବା ଫଳରେ ତାଙ୍କ ମାଇଁଙ୍କ ସହ ସମ୍ପର୍କ ବଢ଼ିଯାଇଥିଲା।
ତେବେ ଏହାରି ମଧ୍ୟରେ ନରହରିପୁର ଗ୍ରାମରେ ଏକ ଯାତ୍ରା ପଡ଼ିଥିଲା। ତେବେ ରାତି ୧୦ଟା ସମୟରେ ମାମୁ ଯାତ୍ରା ପଡିଆକୁ ଯାଇଥିଲେ। ଏହି ସମୟରେ ତାଙ୍କ ଭଣଜା ତାଙ୍କ ଘରକୁ ଆସିଥିଲା। ତେବେ ମାମୁଁ ଯାତ୍ରା ପଡ଼ିଆରୁ ଫେରିଆସିବା ପରେ ଭଣଜା ଏବଂ ମାଇଁ ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତେବେ ସେଠାରେ ସେ କିଛି ନକହି ଘର ବାହାରୁ ଡାକିବାରୁ ଭଣଜା ତୁରନ୍ତ ସେଠାରୁ ଦୌଡି ପଳାଇଯାଇଥିଲା। ଏବଂ ମାମୁଁ ତାଙ୍କୁ ଧରିବା ପାଇଁ ପିଛା କରିଥିଲେ।
ପରେ ଏନେଇ ଗାଁରେ ଏକ ବୈଠକ ବସିଥିଲା ହେଲେ କୌଣସି ସମାଧାନ ହୋଇପାରି ନଥିଲା। ତେବେ ୨୦୧୭ମସିହା ଏପ୍ରିଲ ୬ତାରିଖରେ ଏହି ଘଟଣାକୁ ନେଇ ମାଇଁ ଜଣଙ୍କ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ। ତେବେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବାଲେଶ୍ୱର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ହେଲେ ସେଠାରେ ମାଇଁ ଜଣଙ୍କ ତାଙ୍କ ମୃତ୍ୟୁ କାଳିନ ଜମାନ ବନ୍ଦୀରେ ତାଙ୍କ ଭଣଜା ଶଶଧର ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ସେ ଏହାକୁ ସହ୍ୟ ନ କରିପାରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ ବୋଲି କହିିଲେ।
ତେବେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏନେଇ ଶିଳ୍ପାଚଂଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭତି କରି ଶିଳ୍ପାଚଂଳ ଥାନାରେ ୪୧/୧୭ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏବଂ ଥାନାର ତତକାଳୀନ ଅଧିକାରୀ ଅଶୋକ କୁମାର ମହାନ୍ତି ଏହି ମାମଲାର ତଦନ୍ତ କରୁଥିବା ବେଳେ ତାଙ୍କ ସମ୍ପର୍କିୟ ଭଣଜା ଶଶଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।