ବାଲେଶ୍ୱର,ଏନ୍ଏନ୍ଏସ୍: ଅପଡେଟ ଷ୍ଟ୍ରାଇକ ରେଞ୍ଜ ଏବଂ ସ୍ୱଦେଶୀ ପ୍ରଣାଳୀରେ ବିକଶିତ ହୋଇଥିବା ରକେଟ ଲଞ୍ଚର ‘ପିନାକା’କୁ ଓଡ଼ିଶାର ଏକ ତଟ ଠାରେ ଗୁରୁବାର ସଫଳପୂର୍ବକ ପରୀକ୍ଷଣ କରାଯାଇଛି। ତେବେ ଏହି ରକେଟ ଲଞ୍ଚରରେ ପ୍ରଥମ ମାର୍କରେ ୪୦ କିଲୋମିଟର ଓ ଦ୍ୱିତୀୟ ମାର୍କରେ ୭୫ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଧାର୍ଯ୍ୟ କରାଯାଇ ପାରିବ।
ଏହି ପରିପ୍ରେକ୍ଷୀରେ ୧୨ଟି ହି ରକେଟକୁ ୪୪ ସେକେଣ୍ଡ ମଧ୍ୟରେ ବିଭିନ୍ନ ଦିଗକୁ ଛଡ଼ାଯାଇଥିଲା। ସେହିପରି ଏହି ଲଞ୍ଚରକୁ ଏକ ଟାଟ୍ରା ଟ୍ରକରେ ଲଗାଯାଇଛି। ପିନାକା ଏକ ସ୍ୱଦେଶୀ ମଲ୍ଟି-ବ୍ୟାରେଲ ରକେଟ ଲଞ୍ଚ (ଏମବିଆରଏଲ) ପ୍ରଣାଳୀ ଅଟେ। ଯାହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ଆଧୁନିକ ପ୍ରଣାଳୀରେ ସୁସଜ୍ଜିତ ହୋଇଥିବା ବେଳେ ଏଥିରେ ଏକ ନେଭିଗେଟର ଓ ନିୟନ୍ତ୍ରଣ ପ୍ରଣାଳୀକୁ ସାମିଲ କରାଯାଇଛି।