ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ତରଫରୁ ବୁଧବାର ପାଟଣା ଥାନା ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ମହୁଲ ମଦ ଜବତ କରିଛି। ଏଥିସହିତ ବେଆଇନ ମଦ ବିକ୍ରି ଅଭିଯୋଗରେ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ରାଧାପୁର ଗ୍ରାମର ସୁରେନ୍ଦ୍ର ବେହେରା, ବିକ୍ରମ ମାଝୀ, ଖଡିବେଡ଼ ଗ୍ରାମର ସୁରେନ୍ଦ୍ର ଦେଇଗନ, କୁଦାବେଡ଼ା ଗ୍ରାମର ଲକ୍ଷ୍ମଣ ମାଝୀ ଓ ଗୁରୁବାରୀ ପାତ୍ର।
ସେମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସେହିପରି ଚଢ଼ଉ ବେଳେ ଜବତ ହୋଇଥିବା ପୋଚଗୁଡ଼ିକୁ ନଷ୍ଟ କରାଯାଇଛି। ଏହି ଚଢ଼ଉରେ ପାଟଣା ଅବକାରୀ ବିଭାଗ ତରଫରୁ ଦିଲ୍ଲୀପ ତାଣ୍ଡି ଜନାର୍ଦନ ପଲେଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।