ଦିସପୁର,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଥିବା ବେଳେ ଆସାମରେ ମଧ୍ୟ ଏହାକୁ ବିରୋଧ କରି ଗଣ୍ଡଗୋଳ ହେଉଛି। ଏହି ପରିପ୍ରେକ୍ଷୀରେ ଆସାମରେ ୬୫ ଓଡିଆ ଏନସିସି ଛାତ୍ର ଫଶି ରହିଛନ୍ତି । ସର୍ବ ଭାରତୀୟ ଟ୍ରେକିଂ କ୍ୟାମ୍ପରେ ଯୋଗ ଦେବାକୁ ଶିଲଂ ଅଭିମୁଖେ ଯାଉଥିବା ବେଳେ ଆସାମରେ ଦେଖାଦେଇଥିବା ଅଶାନ୍ତି ଯୋଗୁଁ ଫଶି ରହିଛନ୍ତି ।
ଏହି ଏନସିସି ଛାତ୍ରମାନେ ବ୍ରହ୍ମପୁରର ବୋଲି ଜଣାପଡିଛି । ଗତ ୧୧ ତାରିଖରେ ଏହି କ୍ୟାଡେଟମାନେ ଶିଲଂ ଅଭିମୁଖେ ଯାଇଥିଲେ । ତେବେ ବାଟରେ ସେମାନେ ଆସାମରେ ଫଶିଥିବା ଜଣାପଡିଛି । ଆସାମରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଅଶାନ୍ତି ଦେଖାଦେଇଛି । ଏହାକୁ ନେଇ ସେଠାରେ ଇଣ୍ଟରନେଟ ଓ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଛି । ଯାତାୟତ ପ୍ରଭାବିତ ହୋଇଥିବାରୁ ଏନସିସି ଛାତ୍ରମାନେ ଫସିଯାଇଛନ୍ତି । ଏହାପୂର୍ବରୁ ଓଡିଶା ଜୁନିୟର କ୍ରିକେଟ ଟିମ୍ ମଧ୍ୟ ଆସାମରେ ମ୍ୟାଚ୍ ଖେଳିବାକୁ ଯାଇ ଫଶି ରହିଥିଲେ ।