ଶ୍ରୀନଗର,ଏଜେନ୍ସି: ରେଳବାଇ ସମ୍ପତ୍ତିକୁ ଯେଉଁମାନେ ନଷ୍ଟ କରୁଛନ୍ତି ଏବଂ ଯେଉଁମାନେ ଟ୍ରେନରେ ନିଆଁ ଲଗାଉଛନ୍ତି ସେମାନଙ୍କୁ ଦେଖିବାମାତ୍ରେ ଗୁଳି ଚଳାଇବାକୁ ରେଳସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି ସୂଚନା ଦେଇଛନ୍ତି। ସର୍ବସାଧାରଣ ସଂପତ୍ତି ନଷ୍ଟକରୁଥିବା ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏ ସମ୍ପର୍କରେ ହୁବୁଳିଠାରେ ଏକ ସମାରୋହରେ ହାଇଦ୍ରାବାଦକୁ ଭାରତରେ ମିଶାଇବା ପାଇଁ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏପରି ପଦକ୍ଷେପ ନେଇôଥବା ସେ କହିଛନ୍ତି ।
ଦେଶରେ ନାଗରିକତା(ସଂଶୋଧନ) ଆଇନକୁ ବିରୋଧ କରି ଦିଲ୍ଲୀ, ପଶ୍ଚିମବଙ୍ଗ, ଆସାମ ପ୍ରଭୃତି କେତେକ ରାଜ୍ୟରେ ଦଙ୍ଗା ଦେଖାଦେଇଛି । ତେବେ ପଶ୍ଚିମବଙ୍ଗରେ ଦଙ୍ଗାକାରୀମାନେ ଟ୍ରେନ ଓ ଅନ୍ୟ ରେଳବାଇ ସମ୍ପତ୍ତିର ବ୍ୟାପକ କ୍ଷତି ଘଟାଇଛନ୍ତି । କେତେକ ସ୍ଥାନରେ ଯାତ୍ରୀମାନେ ଟ୍ରେନ ଭିତରେ ଥିଲେ ମଧ୍ୟ ସେଥିରେ ନିଆଁ ଲଗାଯାଇଛି । ଏହାକୁ ନେଇ ସାରା ଦେଶରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।