ଅଧାକେଜି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦିଅନ୍ତୁ, ଗୋଟିଏ ଆହାର ଭୋଜନ ଖାଆନ୍ତୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦେଲେ ଆହାର ମିଳିବ। ଏ ନେଇ ବିଏମସି, ୟୁଏନଡିପି ଏବଂ ଟଚ୍ ଷ୍ଟୋନ ଫାଉଣ୍ଡେସନ ପକ୍ଷରୁ ଏଭଳି ନୂତନ ଓ ଅଭିନୟ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ପରିବେଶକୁ ସୁରକ୍ଷା କରିବା ସହିତ ଗରିବ ଲୋକଙ୍କ ପାଇଁ ଖାଦ୍ୟର ନୂତନ ପନ୍ଥା ହେବ। ଏଥିରେ ଅଧାକେଜି ପ୍ଲାଷ୍ଟିବ ବର୍ଜ୍ୟବସ୍ତୁ ଦେଲେ ଗୋଟିଏ ଆହାର ଖାଇପାରିବେ। ଏ ନେଇ ବିଏମସି ଅଧୀନରେ ରହିଥିବା ୧୧ଟି ଆହାର କେନ୍ଦ୍ରରେ ଏହିପରି ଆହାର ବଣ୍ଟନ କରାଯାଉଛି ।

ସକାଳ ୧୦ଟା ୪୫ମିନିଟରେ ବିଏମସି କାର୍ୟ୍ୟାଳୟ ନିକଟରେ ଥିବା ଆହାତ ସେଣ୍ଟରରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପରେ ବାକି ସେର ଗୁଡିକରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଦଳରେ ଆହାର ମିଳିବାର କାର୍ୟ୍ୟକ୍ରମ ରହିଛି । ବିଏମସିର ଯୋଜନା ଅନୁସାରେ , ଆଜିଠାରୁ ‘ମିଲ୍ ଫର୍ ପ୍ଲାଷ୍ଟିକ୍’ ଶୁଭାରମ୍ଭ କରାଯିବ । ଏଥିରେ ଯେ କେହି ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରି ଆହାର କେନ୍ଦ୍ରରେ ଜମା କରିବେ, ତାଙ୍କୁ ମାଗଣାରେ ମିଲ୍ ଖାଇବାକୁ ଦିଆଯିବ । ଅଧ କିଲୋ ପ୍ଲାଷ୍ଟିକ୍ ପାଇଁ ଗୋଟିଏ ମିଲ୍ ମିଳିବ । ଏଥିପାଇଁ ଜଣକୁ ଗୋଟିଏ କୁପନ୍ ଦିଆଯିବ । ତେବେ ଦିନକୁ ଜଣେ ସର୍ବାଧିକ ଏକ କିଲୋଗ୍ରାମ ପ୍ଲାଷ୍ଟିକ ଆହାର କେନ୍ଦ୍ରରେ ଦେଇପାରିବେ । ଏକ କେଜି ପ୍ଲାଷ୍ଟିକରୁ ଅଧିକ ପ୍ଲାଷ୍ଟିକ ଗ୍ରହଣ କରାଯିବନି ।
ପୂର୍ବରୁ ତେଲେଙ୍ଗାନାରେ କେଜିଏ ପ୍ଲାଷ୍ଟିକ ବର୍ଜ୍ୟ ବଦଳରେ କେଜିଏ ଚାଉଳ ଭଳି ଏଭଳି ଅଭିନବ ପଦକ୍ଷେପ ଆରମ୍ଭ ହୋଇିସାରିଛି।