ପୂର୍ଣ ଦରମା ଦାବିରେ ଆନ୍ଦୋଳନକୁ ଓଲ୍ଲେଇଲେ ସଫେଇ କର୍ମଚାରୀ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିୟୋଜିତ ସଫେଇ କର୍ମଚାରୀମାନେ ପୂର୍ଣ୍ଣ ଦରମା ପ୍ରଦାନ ଦାବିରେ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିସହ ଅନଲାଇନ ଦରମା ପ୍ରଦାନ, ଇପିଏଫ୍ କଟୁଥିବା ଟଙ୍କା ଓ ଠିକ ସମୟରେ ଦରମା ଦେବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ସମ୍ପର୍କରେ ସେମାନଙ୍କୁ ନିୟୋଜିତ କରିଥିବା ଏଲ୍ଏଣ୍ଡକେ ସଂସ୍ଥା ନିକଟରେ ଅଭିଯୋଗ କଲେ ମଧ୍ୟ ଆଜିକାଲି କହି ଦିନ ଗଡ଼ାଉ ଥିବା ଅଭିଯୋଗ କରିଛନ୍ତି।

ସେମାନଙ୍କ କଥା କେହି କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ସେମାନେ କାର୍ୟ୍ୟରେ ଯୋଗଦେବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅପରପକ୍ଷରେ ସଫେଇ କର୍ମଚାରୀମାନେ କାମକୁ ନଆସିବାରୁ ଡାକ୍ତରଖାନା ପରିସରରେ କୁଢ଼ା କୁଢ଼ା ମଇଲା ପଡ଼ିରହିଛି।