ଆଟଲାଣ୍ଟା,ଏଜେନ୍ସି: ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁନଜୀ ୨୦୧୯ର ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି। ରବିବାର ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଉତ୍ସବରେ ଆଫ୍ରିକାର ଏହି ମହିଳା ଜଣଙ୍କ ଏହି ମୁକୁଟ ପିନ୍ଧି ନିଜ ଦେଶକୁ ଗୌରାବାନ୍ୱି୍ତ କରିଛନ୍ତି। ଏହି ପ୍ରତିଯୋଗୀତାରେ ସେ ୯୦ ଜଣଙ୍କୁ ହରାଇ ଏହି ମୁକୁଟ ପିନ୍ଧିଛନ୍ତି।
ସୋସିଆଲ ଇସ୍ୟୁକୁ ନେଇ ଥିବା ପ୍ରଶ୍ନର ଉତ୍ତର ଦେଇ ସେ ବିଚାରକଙ୍କ ହୃଦୟ ଜିତିଥିଲେ। ଏହି ପ୍ରତିଯୋଗୀତାରେ ମିସ୍ ମେକ୍ସିକୋ ଓ ମିସ୍ ପୁଏରଟୋ ରିକୋ ରନର୍ସଅପ୍ ହୋଇଛନ୍ତି। ମିସ୍ ମେକ୍ସିକୋ ‘ସୋଫିଆ ଆରଗନ’ କହିଥିଲେ ଯଦି ନିଜ ସୌନ୍ଦର୍ୟ୍ୟକୁ ଜୀବନର ଲକ୍ଷ୍ୟ ଭାବେ ବ୍ୟବହାର କରା ନ ଯାଏ ତେବେ ଏହା ଏକ ଶୂନ୍ୟ ଗହଣା ହୋଇ ରହିଯିବ।
ଅନ୍ୟ ଜଣେ ରନର୍ସଅପ୍ ମିସ୍ ପୁଏରଟୋ ରିକୋ ‘ମାଡିସନ ଆଣ୍ଡରସନ’ କହିଛନ୍ତି, ମିସ୍ ୟୁନିଭର୍ସ ମଞ୍ଚରେ ପହଞ୍ଚିବା ମୋ ପାଇଁ କେବଳ ସ୍ବପ୍ନ ନ ଥିଲା ବରଂ ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯାଇଛି।