ସଫଳତାର ସହ ଅସ୍ତ୍ରୋପ୍ରଚାର

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଆଜି ସଫଳତାର ସହ ଅସ୍ତ୍ରୋପ୍ରଚାର କରାଯାଇ ପରିଶ୍ରାସ୍ଥଳୀରୁ ପଥର ବାହାର କରାଯାଇଛି। ଜିଲ୍ଲାର ମାଥିଲି ବ୍ଲକର କିଆଙ୍ଗ ପଂଚାୟତର ଜାମୁଗୁଡ଼ା ଗ୍ରାମର ଇର୍ମା ପଡ଼ିଆମିଙ୍କ ପୁତ୍ର ଦେବେ ପଡ଼ିଆମି(୨୦) ବହୁ ଦୀନ ଧରି ପରିଶ୍ରାସ୍ଥଳୀରେ ପଥର ଥିବାରୁ କଷ୍ଟରେ ଛଟପଟ ହେଉଥିଲା। କିନ୍ତୁ ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯିବା

ପରେ ଶଲ୍ୟ ବିଶେଷଜ୍ଞ ଡାକ୍ତର ସପନ କୁମାର ଡିଣ୍ଡା ଆଜି ସଫଳତାର ସହ ଅସ୍ତ୍ରୋପ୍ରଚାର କରି ୧୨ ସେଂଟିମିଟରର ଏକ ପଥର ବାହାର କରିଛନ୍ତି। ଏହାପରେ ଦେବେ ସୁସ୍ଥ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି। ଡାକ୍ତରଙ୍କ ଏଭଳି ଉଦ୍ୟମ ଓ ସଫଳତାର ସହ ଅସ୍ତ୍ରୋପ୍ରଚାର ପାଇଁ ସାଧାରଣରେ ପ୍ରଶଂସାର ଛୂଅ ଛୁଟିଛି।