ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ୪୯ ନଂ ରାଜପଥ ନିହ୍ନୁଆଁ ନିକଟରେ ବିଜୁ ଯୁବ ବାହିନୀ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶୁକ୍ରବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାୟକ ଉପସ୍ଥିତ ରହି ରାଜପଥରେ ଯାଉଥିବା ସମସ୍ତ ଚାଳକମାନଙ୍କୁ ସଚେତନ କରାଇଥିଲେ। ଗାଡି ଚଳାଇବା ସମୟରେ ସିଟ ବେଲ୍ଟ ଲଗାଇବା ସହିତ ହେଲମେଟ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ।
ଏଥିସହ ଯେଉଁ ବାଇକ ଓ କାର୍ ଚାଳକ ମାନେ ସିଟ ବେଲ୍ଟ ଅଥବା ହେଲମେଟ ପିନ୍ଧି ଯାଉଥିଲେ ସେମାନଙ୍କୁ ଛାତ୍ରଛାତ୍ରୀମାନେ ମିଠା ସହିତ ସିନ୍ଦୂର ଲଗାଇ ସ୍ୱାଗତ କରିଥିଲେ। ସେହିପରି ଯେଉଁ ଚାଳକମାନେ ସଡ଼କ ସୁରକ୍ଷାକୁ ଖାତିର ନକରି ବିନା ହେଲମେଟ ଓ ସିଟ ବେଲ୍ଟରେ ଗାଡି ଚଳାଉଥିଲେ ସେମାନଙ୍କୁ ଚକଲେଟ ଦେଇହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧି ଗାଡି ଚଳାଇବାକୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ଉଜ୍ଜ୍ବଳ ସାହୁତୁରୁମୁଙ୍ଗା ସରପଞ୍ଚ ଉମେଶ ଦେହୁରୀ ବିଜୁ ଯୁବବାହିନୀ ସଭାପତି ଅଯୋଧ୍ୟା ପୃଷ୍ଟି, ଦଧିବାମନ କଲେଜର ଅଧ୍ୟକ୍ଷ, ତୁରୁମୁଙ୍ଗାଥାନା କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ କେନ୍ଦେଇପଶି ସମିତିସଭ୍ୟ ମିତ୍ରଭାନୁ ମହାନ୍ତ, ବିଜୁ ଯୁବବାହିନୀ ବ୍ଲକ୍ସଂଯୋଜିକା ବେବିରାଣୀ ମହାପାତ୍ରଙ୍କ ସମେତ ବିଜୁ ଯୁବବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ସଡ଼କ ସୁରକ୍ଷା ସଚେତନତା କରାଇଥିଲେ।