ଦୁଇ ହଜାର ବୋତଲ କଫସିରଫ ଜବତ, ୨ ଅଟକ

ପାଟଣାଗଡ଼,ଏନ୍ଏନ୍ଏସ୍: ଗତ ଦୁଇଦିନ ତଳେ ପାଟଣାଗଡ଼ ପୁଲିସ ଦ୍ୱରା ୧୬ ହଜାର କଫସିରଫ ବୋତଲ ଜବତ ହୋଇଥିବାବେଳେ ଆଜି ପୁଣି ଅବକାରୀ ବିଭାଗ ଦ୍ୱାରା ପାଟଣାଗଡ଼ ବେଳପଡ଼ା ଅଞ୍ଚଳରୁ ୨ହଜାର ବୋତଲ କଫସିରଫ ଜବତ ହୋଇଛି। ତେବେ ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଧର ମାଝୀଙ୍କ ନେତୃତ୍ୱରେ ବେଳପଡ଼ା ଅଞ୍ଚଳର ତରା ଗ୍ରାମରୁ ୨ହଜାର ବୋତଲ କଫସିରଫ ଜବତ କରିବା ସହ ପୁଲିସ ୨ଜଣଙ୍କୁ ଅଟକ ରଖିଛି । ଅଞ୍ଚଳରେ ଦିନକୁ ଦିନ ବେଇଆଇନ ନିଶା କାରବାର ବୃଦ୍ଧି ପାଉଥିବାବେଳେ ନିଶା ବେପାରୀମାନେ କଫସିରଫକୁ ନିଶାଦ୍ରବ୍ୟରେ ବିକ୍ରି କରି ଯୁବପିଢ଼ିକୁ ପଥ ଭ୍ରଷ୍ଟ କରୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି ହୋଇଛି।

ଏ ସମ୍ପର୍କରେ ଗତ ୨ତାରିଖ ଦିନ ବଲାଙ୍ଗିର ଏସ୍ପି ମୁଖ୍ୟଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇôଥଲେ। ତେବେ ରାୟପୁର ଠାରୁ କଟକ ପର୍ୟ୍ୟନ୍ତ ଏହି ବେଆଇନ ନିଶା କାରବାରର ଚେର ଲମ୍ବିଥିବା ବେଳେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଏହାର ମୁଖ୍ୟ ସ୍ରୋତକୁ କାହିିଁକି ଧରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଙ୍ଗ ପନ ପାଖକୁ ପହଞ୍ଚି ପାରିବ ତାହା ଆଗାମୀ ଦିନରେ ଜଣାପଡିବ।