ଭଞ୍ଜନଗର,ଏନ୍ଏନ୍ଏସ୍ : କୁହାଯାଏ ମୃତ୍ୟୁ କେତେବେଳେ ଆସେ କେହି ବି ଜାଣିପାରନ୍ତି ନାହିିଁ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗ୍ଞ୍ଜାମ ଜିଲ୍ଲା ଭଞ୍ଜନଗର ଅଂଚଳରେ। ବିଦ୍ୟୁତ୍ ଆଘାତରେ ଆଇଆରବି ଯବାନଙ୍କ ମୄତ୍ୟୁ ହୋଇଛି । ମୃତ ଯବାନ ହେଲେ ବଂଶୀଧର ପ୍ରଧାନ । ସେ ମାଲକାନଗିରିରରେ କାମ କରୁଥିଲେ । ଛୁଟିରେ ଘରକୁ ଆସିଥିଲେ ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କେବିରି ବ୍ରହ୍ମପୁର ଗାଁରେ ଘଟଣା । ଘରେ ବିଦ୍ୟୁତ୍ କାମ କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଯବାନ ଆସିଥିଲେ। ବିଦ୍ୟୁତ୍ ଆଘାତ ପାଇବା ପରେ ପରିବାର ଲୋକେ ତାଙ୍କୁ ଭଞ୍ଜନଗର ମେଡିକାଲ ନେଇଯାଇଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଂଶୀଧର ମାଲକାନଗିରିରେ ଚାକିରି କରନ୍ତି । ଛୁଟି ନେଇ ଗାଁକୁ ଆସିଥିଲେ । ଏନେଇ ଗ୍ରାମରେ ଶୋକର ଛାୟା ଖେଳିଯ।ଇଛି।