୬୭ତମ ରାଜ୍ୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ଉଦଘାଟିତ

‘ଆଗାମୀ ଦିନରେ ଝାରସୁଗୁଡା କ୍ରୀଡା ହବ୍ ହେବ’

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଓଏସଏପି ପଡିଆରେ ୬୭ତମ ରାଜ୍ୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ରବିବାର ଆରମ୍ଭ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ। ଏହାସହ ଖେଳାଳିମାନଙ୍କ ଦ୍ୱାରା ପ୍ୟାରେଡରେ ଅଭିବାଦନ ଗ୍ରହଣ କରି କହିଥିଲେ ଯେ ଝାରସୁଗୁଡା ରେ ଭିତ୍ତି ଭୂମିର ବିକାଶ କରାଯିବା ସହିତ ଆଗାମି ଦିନରେ ଝାରସୁଗୁଡା ଜିଲ୍ଲା କ୍ରୀଡା ହବ୍ ହେବ ବୋଲି ପ୍ରକାଶ କହିଛନ୍ତି।
ଏହି ପ୍ରତିଯୋଗିତାରେ ମହିଳାବର୍ଗରେ ଦେଓଗଡ, ସମ୍ବଲପୁର, ସୁନ୍ଦରଗଡ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, କିଟ୍, ଆରଏସପି ରାଉଲକେଲା, ଝାରସୁଗୁଡା, ବରଗଡ ଓଡିଶା ପୋଲିସ, ବଲାଙ୍ଗିର, ଖୋର୍ଦ୍ଧା, ଭୁବେନେଶ୍ୱର, ନୂଆପଡା, କଟକ, ପୁରୀ, ପୂର୍ବପଟ ରେଳବାଇ ଦଳ ଅଂଶଗ୍ରହଣ କରିଛନ୍ତି। ସେହିପରି ପୁରୁଷ ବିଭାଗରେ ଦେଓଗଡ, ସମ୍ବଲପୁର, ସୁନ୍ଦରଗଡ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ରାଉଲକେଲା, ଝାରସୁଗୁଡା, ବରଗଡ, ଓଡିଶା ପୋଲିସ, ବଲାଙ୍ଗିର, ଖୋର୍ଦ୍ଧା ଭୁବନେଶ୍ୱର, ନୂଆପଡା, କଟକ, ପୁରୀ, ସୋନପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଗଜପତି, ପୁରୀ ଜିଲ୍ଲା ରହି ଥିବା ବେଳେ ସ୍ୱତନ୍ତ୍ର ଭାବରେ କିଟ୍, ଆର.ଏସ.ପି, ରାଜ୍ୟ ପୋଲିସ, ଏନ୍.ଆର ଆଇ. ଦଳ ଅଂଶ ଗ୍ରହଣ କରିଛନ୍ତି।

ପ୍ରତିଯୋଗିତାରେ ୨୬ ଟି ଜିଲ୍ଳ୍ରାର ପୁରୁଷ,ମହିଳା ଓଡିଶା ପୋଲିସ,ଆର .ଏସ. ପି ,ଏନ,ଆଇ, ରେଲବାଇ ଆଦି ୭୦୦ ରୁ ଉର୍ଦ୍ଧ ପ୍ରତିଯୋଗି ଅଂଶ ଗ୍ରହଣ କରିଛନ୍ତି। ୩ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତା ଆସନ୍ତା ୩ ତାରିଖରେ ଉଦଯାପିତ ହେବ। ଝାରସୁଗୁଡା ଓଏସଏପି ପ୍ୟାରେଡର ୩ଟି ପଡିଆ ରେ ଏହି ଖେଳ ଗୁଡିକ ଅନୁଷ୍ଠିତ ହେଉଛି। ଆଜି ଦିନରେ ୬୬ଟି ଲିଗ ମ୍ୟାଚ ଅନୁଷ୍ଠିତ ହୋଇଛି। ମହିଳା ମ୍ୟାଚରେ ଜଗସିଂପୁର, ଆର.ଏସ.ପି, ନୂଆପଡା , କେନ୍ଦୁଝର, ବଲାଙ୍ଗିର ୨ୟ ରାଉଣ୍ଡକୁ ଉନ୍ନିତ ହୋଇ ଥିବା ବେଳେ ପୁରୁଷ ବିଭାଗ ରେ ଜଗତସିଂହପୁର, ଭ୍ୱବେନେଶ୍ୱର, ଅନୁଗୁଳ, ବାଲେଶ୍ୱର, ଆର.ଏସ.ପି ଜିଲ୍ଳା ୨ୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି ।

ଏହି ଅବସରରେ ଜିଲ୍ଳାପାଳ ସରୋଜ କୁମାର ସାମଲ, ରାଜ୍ୟ ପୁରୁଷ, ମହିଳା କବାଡି ଆସୋସିଏସନ ର ସମ୍ପାଦକ ଅଜୟ ବେହେରା, ୨ୟ ଓଏସଏପିର ଦୁର୍ଗପତି ଆଶିଷ ଦୁବେ, ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂସ୍ଥାର କାର୍ଯ୍ୟକାରୀ ସଭାପତି ବିଜୟ ବେହେରା, ଝାରସୁଗୁଡ଼ା ଜିଲ୍ଳା କ୍ରୀଡାସଂସ୍ଥା ର ସଂମ୍ପାଦକ ତାପସ ରାୟ ଚୌଧୁରୀ ପ୍ରମୁଖ, କୋଷାଧ୍ୟକ୍ଷ ତଥା କବାଡି ଆୟୋଜକ କମିଟିର ସଂପାଦକ ଗଣେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ଓଏସଏପି କ୍ଲବ ତରଫରୁ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧିକାରୀ ସୁଶିଲ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଜୟ ଜେନା, ଉପ-ସଭାପତି ଜୀବନ ମହାନ୍ତି, ସହ-ସଂପାଦକ ପ୍ରଜ୍ଜଳ ପଟେଲ, ଶରତ ତ୍ରିପାଠୀ, ବିଜୟ ଦାସ, ଓଏସଏପିର ଉପ-ଦୁର୍ଗପତି ଭବାନୀ ଶେଠ, ସହ-ଦୁର୍ଗପତି ମାନଧାତା ସାଇ, ଗୋପାଳ ଥାପା, ପ୍ରତିଭା ମହାପାତ୍ର, ପିଣ୍ଟ ପାଢୀ, ବିିଜୟ ବକ୍ସି, ବୁଲୁ ମିଶ୍ର, ରାଜ୍ୟ ପୁରୁଷ ଓ ମହିଳା କବାଡି ଆସୋସିଏସନର ପୃଥିବୀ ରାଜ ପଟ୍ଟନାୟକ ଆଦି ମୁଖ୍ୟ ଭୂମିକା ନେଇଥିଲେ।