ଅଚାନକ ଆଫଗାନିସ୍ତାନରେ ପହଞ୍ଚିଲେ ଆମେରିକାର ରାଷ୍ଟ୍ରପତି, ତାଲିବାନରେ ଶାନ୍ତି ପାଇଁ ଆଲୋଚନା ଆରମ୍ଭ

କାବୁଲ,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଅଚାନକ ଆଫଗାନିସ୍ତାନରେ ପହଞ୍ଚି ତାଲିବାନ ସହିତ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ଶୁକ୍ରବାର ଟ୍ରମ୍ପ ଫ୍ଲୋରିଡା ଗସ୍ତ କରୁଥିବା ବେଳେ ହଠାତ ଆଫଗାନିସ୍ତାନ ଅଭିମୁଖେ ଯାଇଥିଲେ। ସେ କାବୁଲ ବାହାରେ ବାଗ୍ରାମ ଏୟାରବେସରେ ପହଞ୍ଚି ସେଠାରେ ମୁତୟନ ହୋଇଥିବା ଆମେରିକା ସୈନିକମାନଙ୍କ ସହିତ ଆଲୋଚନା କରିଥିଲେ।

ଏ ସମ୍ପର୍କରେ ଟ୍ରମ୍ପ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ତାଲିବାନ ଶାନ୍ତି ପାଇଁ କିଛି ବୁଝାମଣା କରିବାକୁ ଚାହୁଁଛି। ତାଲିବାନ ସହିତ ଆମେ ବୈଠକ କରିଆସୁଛୁ। ସଂଘର୍ଷକୁ ବିରାମ ଦେବାକୁ ଆମେ ଚାହୁଁଛୁ। ସେମାନେ ଏହା ଚାହୁଁ ନ ଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ସଂଘର୍ଷକୁ ବିରାମ ଦେବାକୁ ଚାହୁଁଛନ୍ତି। ତେଣୁ ତାଲିବାନ ସହିତ ଶାନ୍ତି ଆଲୋଚନା ପାଇଁ ଏଠାକୁ ଆସିଛି ବୋଲି ଟ୍ରମ୍ପ କହିଛନ୍ତି।