ଭୁବନ,ଏନ୍ଏନ୍ଏସ୍: ଢେଙ୍କନାଳ ଜିଲ୍ଲାର କାମାକ୍ଷାନଗର ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ବନ୍ଦ କୋଠରୀ ଭିତରୁ ଜଣେ ନବ ବଧୂର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖବରପାଇ ପୁଲିସ ମୃତଦେହ ଉଦ୍ଧାର କରିଛି।
ନବବଧୂଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ତାଙ୍କ ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ମହିଳାଙ୍କ ସ୍ୱାମୀକୁ ଭୁବନ ଥାନାରେ ଅଟକ ରଖିବା ସହ ପୁଲିସ ପଚରାଉଚୁରା ଜାରି ରଖିଥିବା ସୂଚନା ମିଳିଛି।