ପୁଣି ଭାଇରାଲ ହେଲା ଶ୍ରୀ ମନ୍ଦିର ଭିତର ଦୃଶ୍ୟ

ପୁରୀ,ଏନ୍ଏନ୍ଏସ୍: ପୁଣି ଭାଇରାଲ ହେଲା ଶ୍ରୀ ମନ୍ଦିର ଭିତର ଦୃଶ୍ୟ। ଆନ୍ଦ ବଜାରର ଜଣେ ସେବାୟତ ଅବଢ଼ା ବିକୁଥିବାବେଳେ ଏହି ଫଟୋଟି ଉଠାଇ ସୋସିଆଲ ମିଡ଼ିଆରେ ଛାଡିଥିଳେ। ଯାବା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ଶ୍ରୀ ମନ୍ଦିର ଭିତରେ ଫଟୋ ଉଠାଇବାରେ କଟକଣା ଲାଗୁ ହୋଇଥିବା ବେଳେ ଏହାକୁ କେହି ଖାତିର କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ତେବେ ମନ୍ଦିର ପରିସରରେ ଥିବା ଆନନ୍ଦବଜାର ଫଟୋକୁ ପିଣ୍ଟୁ ମହାପାତ୍ର ନାମକ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡ଼ିଆରେ ଅଗଷ୍ଟ ୧୯ ତାରିଖରେ ଛାଡିଥିଲେ। ସେ ଶ୍ରୀମନ୍ଦିରର ପ୍ରବେଶ ଦ୍ୱାର ଏବଂ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ମନ୍ଦିର ଭିତରକୁ ମୋବାଇଲ କିଭଳି ଯାଉଛି ଏବଂ ବାରମ୍ବାର ଫଟୋ ଭାଇରାଲ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଯୋଗ୍ୟ ଯେ ଗତ ଅକ୍ଟୋବରରେ ଜଣେ ନାବାଳିକା ଟିକ୍‍ଟକରେ ଭୋଗମଣ୍ଡପର କିଛି ଦୃଶ୍ୟର ଭିଡ଼ିଓକୁ କରିଥିଲେ। ତେବେ ବାରମ୍ବାର ନିୟମରେ ଅବହେଳା ପ୍ରଦର୍ଶିତ ହେଉଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।