ରାୟଗଡ଼ାରେ ଏନକାଉଣ୍ଟର, ଅଭିଯୁକ୍ତ ସହ ଦୁଇ ପୁଲିସ ଅଧିକାରୀ ଆହତ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ପୁଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘଦିନରୁ ଅପରାଧ ଜଗତରେ କାୟାବିସ୍ତାର କରିଥିବା ହଡ଼ପ୍ପା ଶିବାକୁ ପୁଲିସ ଏନକାଉଣ୍ଟର କରି ଗିରଫ କରିଛି। ଏହି ଏନକାଉଣ୍ଟରରେ ପୁଲିସ ଏସଆଇ ରିଗଲ କିଣ୍ଡୋ ଓ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ସୋମବାର ଭୋରରେ ପୁଲିସ ମୋଷ୍ଟ ୱାଣ୍ଟେଡ ହାଡ଼ିପା ଶିବାକୁ ପୁଲିସ ଗିରଫ କରିବାକୁ ଯାଇଥିଲା। ତେବେ ଏ ସମ୍ପର୍କରେ ଶିବ ଜାଣିବା ପରେ ସେ ପ୍ରଥମେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା। ପ୍ରତିବାଦରେ ପୁଲିସ ପକ୍ଷରୁ ମଧ୍ୟ ଗୁଳିଚାଳନା ହୋଇଥିଲା। ଏହି ସମୟରେ ଶିବର ଗୋଡ଼ରେ ଗୁଳି ମାଡ଼ ହୋଇଥିଲା। ସେଠାରୁ ଶିବକୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଏହି ଗୁଳିକାଣ୍ଡରେ ୨ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଗତ ସପ୍ତାହ ତଳେ ସୂବର୍ଣ୍ଣପୁର ଛାତ୍ରକୁ ଶିବା ନେତୄତ୍ୱରେ ଅପହରଣ କରାଯାଇ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖିଥିଲା। ପରେ ପୁଲିସ ଉକ୍ତ ଯୁବକକୁ ଉଦ୍ଧାର କରିଥିବା ବେଳେ ୩ ନାବାଳକ ସହିତ ୩ ଜଣକୁ ଗିରଫ କରିଥିଲା । ତେବେ ଏହି ଚଢ଼ଉ ସମୟରେ ଶିବା ପୁଲିସ ହାତରୁ ଖସିଯାଇଥିଲା। ତେବେ ତା ବିରୋଧରେ ଅପହରଣ ସମେତ ୫୦ରୁ ଅଧିକ କେସରେ ମାମଲା ରୁଜୁ ଅଛି। ଏ ନେଇ ଶିବକୁ ଧରିବା ପାଇଁ ଜାତୀୟ ନିରାପତ୍ତା ଆଇନ ଲାଗୁ କରିବାକୁ ବିଭାଗ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି ।