କେନ୍ଦ୍ରସରକାରଙ୍କ ପକ୍ଷରୁ ଏନଡିଏଫବି ଉପରେ ଲାଗିଥିବା କଟକଣାକୁ ପୁଣି ୫ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ନ୍ୟାସନାଲ ଡେମୋକ୍ରାଟିକ୍‍ ଫ୍ରଣ୍ଟ ଅଫ୍‍ ବୋଡ଼ୋଲାଣ୍ଡ ବା ଏନ୍‍ଡିଏଫ୍‍ବିର ସମସ୍ତ ଗୋଷ୍ଠୀ ଓ ଛାମୁଆ ସଂଗଠନଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକଣାର ସମୟସୀମାକୁ ୫ ବର୍ଷକୁ ବୃଦ୍ଧି କରାଯାଇଛି।

ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୫ ଜାନୁଆରୀ ଠାରୁ ଏନ୍‍ଡିଏଫ୍‍ବିର ବିଭିନ୍ନ ହିଂସାକାଣ୍ଡ ଜନିତ ଘଟଣାରେ ୧୯ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି । ଏଥି ସହିତ ୨୦୧୫ ପର ଠାରୁ ଏନ୍‍ଡିଏଫ୍‍ବି ୬୨ଟି ହିଂସାକାଣ୍ଡ ଜନିତ ଘଟଣାରେ ସମ୍ପୃକ୍ତ ଥିବା ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଉକ୍ତ ଘଟଣାରେ ସମ୍ପୃକ୍ତଥିବା ୫୫ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୦ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି।