ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ୧୧ ଟାରେ ମନ କୀ ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ଦ୍ବିତୀୟ ପାଳି ସରକାର ଗଠନ ପରେ ଏହା ୬ ନମ୍ବର ମନ କୀ ବାତ କାର୍ଯ୍ୟକ୍ରମ। ମନ କୀ ବାତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ଉପଦେଶ ସହ ଦେଶର ମହାପୁରୁଷ ଏବଂ ଦେଶ-ବିଦେଶ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଓ ସାମାଜିକ ପ୍ରସଙ୍ଗକୁ ଉଠାଇଥାନ୍ତି। ଆଜିର ମନ କୀ ବାତ କାର୍ଯ୍ୟକ୍ରମ ନେଇ ନିଜ ଟ୍ବିଟର ପେଜରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମନ କୀ ବାତ କାର୍ଯ୍ୟକ୍ରମକୁ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଓ ନରେନ୍ଦ୍ର ମୋଦୀ ଆପ ମାଧ୍ୟମରେ ଦେଶବାସୀ ଶୁଣିପାରିବେ।