ରାୟଗଡ଼ା,ଏନ୍ଏନ୍ଏସ୍: ଗଞ୍ଜେଇ ମାଫିଆଙ୍କ କବଳରୁ ରାୟଗଡ଼ା ଅଞ୍ଚଳକୁ ମୁକ୍ତ କରିବା ପାଇଁ ପୁଲିସ ପକ୍ଷରୁ ନଭେମ୍ବର ୨୦ତାରିଖରୁ ଅପରେସନ ଗ୍ରୀନ୍ ଡାଇମଣ୍ଡ ବା ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହେବ। ଏ ନେଇ ରାୟଗଡ଼ା ଏସପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି। ଏ ନେଇ ପୁଲିସ ଅବକାରୀ ବିଭାଗ, ରାଜସ୍ୱ ଏବଂ ବନ ବିଭାଗର ମିଳିତ ବୈଠକରେ ଯୋଜନା ଚୂଡ଼ାନ୍ତ ଅନୁଷ୍ଠିତ ହୋଇଥିବା ଏସପି ସୂଚନା ଦେଇଛନ୍ତି।