ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ମେଡ଼ିକାଲ ଗସ୍ତ ଜିଲ୍ଲା By Nitidin On Nov 6, 2019 Share ଖୋର୍ଦ୍ଧା,ଏନ୍ଏନ୍ଏସ୍: ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗକୁ ନେଇ ‘ମୋ ସରକାର’ ଯୋଜନା ତତ୍ପର ହୋଇଉଠିଛି। ତେବେ ଏହାର ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ୫ଟି ଟିମ ଗଠନ କରିଛନ୍ତି। ଏହି କ୍ରମରେ ବୁଧବାର ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଖୋର୍ଦ୍ଧା ମେଡିକାଲ ଗସ୍ତ କରିଛନ୍ତି । ସମସ୍ତ ବିଭାଗ ବୁଲି ଦେଖିବା ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ରୋଗୀ ସହ ଆଲୋଚନା କରିଛନ୍ତି । ତେବେ ମେଡିକାଲରେ ସମସ୍ତ ପ୍ରକାର ମେଡିସିନ ମିଳୁଥିବା ନେଇ ସେ ଖୁସି ପ୍ରକଟ କରିଛନ୍ତି । ଅପର ପକ୍ଷରେ ସେଠାରେ ଅଲ୍ଟ୍ରାସାଉଣ୍ଡର ସେବା ମିଳୁନଥିବା ବେଳେ ରକ୍ତ ପରୀକ୍ଷାରେ ବିଳମ୍ବ ହେଉଥିବାର କହିଛନ୍ତି। ଏହି ସମସ୍ୟାକୁ ସରକାର ଆଗରେ ଅବଗତ କରାଯିବ ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ସଚିବ ନିକୁଞ୍ଜ ବିହାରୀ ଧଳ ଖୋର୍ଦ୍ଧା ବ୍ଲକ୍ ଟାଙ୍ଗୀଆପଡ଼ା ଗ୍ରାମପଞ୍ଚାୟତର ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ୟ୍ୟକ୍ରମର ସମୀକ୍ଷା ଓ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ତହସିଲଦାର ଶୁଭେନ୍ଦୁ କୁମାର ସାମଲ, ବିଡିଓ ପ୍ରଶାନ୍ତ କୁମାର ନାୟକ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ, ବ୍ଲକ୍ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର କୁମାର ନାୟକ, ସିଡିପିଓ ମଉଡ଼ମଣି ନାୟକ, ଟାଙ୍ଗିଆପଡ଼ା ପଞ୍ଚାୟତ ସରପଞ୍ଚ କଲ୍ୟାଣୀ ଦଳେଇ, ବ୍ଲକ୍ ଉପାଧ୍ୟକ୍ଷ ରାମ ଚନ୍ଦ୍ର ସାମନ୍ତରାୟ ଉପସ୍ଥିତ ଥିଲେ। Share