ବୃଦ୍ଧାଙ୍କ ସ୍ୱପ୍ନରେ ଲାଗିଲା ଉଇ ଜିଲ୍ଲା By Nitidin On Nov 6, 2019 Share ରାଉରକେଲା,ଏନ୍ଏନ୍ଏସ୍: ଭଲ ଘରେ ରହିବା ପାଇଁ ସମସ୍ତେ ସ୍ୱପ୍ନ ଦେଖନ୍ତି। ଏମିତି ଏକ ସ୍ୱପ୍ନ ଦେଖିଥିଲେ ରାଉରକେଲା ଅଞ୍ଚଳ ସେକ୍ଟର ୭ଥାନା ଅନ୍ତର୍ଗତ ବିବେକାନନ୍ଦ ପଲ୍ଲୀରେ ଥିବା ବୁଧନୀ(୭୦)। ଏଥି ପାଇଁ ସେ ତାଙ୍କ ଜୀବନର ସମସ୍ତ ପରିଶ୍ରମ ମୂଲ୍ୟକୁ ଏକ ବସ୍ତାରେ ସାଇତି ରଖିଥିବା ବେଳେ ତାକୁ ଉଇ ନଷ୍ଟ କରିଦେଇଛି। ଫଳରେ ବୃଦ୍ଧାଙ୍କ ଘର ତୋଳିବା ସ୍ୱପ୍ନ ସବୁଦିନ ପାଇଁ ସ୍ୱପ୍ନରେ ରହିଯାଇଛି। ସେକ୍ଟର ୭ଥାନା ଅନ୍ତର୍ଗତ ବିବେକାନନ୍ଦ ପଲ୍ଲୀରେ ବୁଧନୀ ନାମକ ଜଣେ ବୃଦ୍ଧା ଦୀର୍ଘ ୨୦ବର୍ଷ ଧରି ଏକ ମାଟି କୁଡ଼ିଆ ଘରେ ରହୁଥିବାବେଳେ ସେ ଭିକ୍ଷା ମାଗି ଚଳନ୍ତି। ତେବେ ସେ ଏକ ଘର ତିଆରି କରିବାକୁ ସ୍ୱପ୍ନ ଦେଖିଥିଲେ। ଏ ନେଇ ସେ କିଛି କିଛି କରି ଟଙ୍କା ଏକ ଅଖାରେ ସଞ୍ଚୟ କରିଥିଲେ। ମାତ୍ର ଏଥିରେ ଉଇଲାଗିଯିବାରୁ ତାଙ୍କର ଘର ତୋଳିବା ସ୍ବପ୍ନ ଧୂଳିସାତ୍ ହୋଇଯାଇଛି। ତେବେ ନଷ୍ଟ ହୋଇଥିବା ଟଙ୍କାର ମୂଲ୍ୟ ଏ ଲକ୍ଷରୁ ଊର୍ଦ୍ଧ୍ୱବୋଲି ଅନୁମାନ ହେଉଛି । ଅପରପକ୍ଷରେ ତାଙ୍କର ପୁଅବୋହୁ ଥିଲେ ମଧ୍ୟ ତାଙ୍କୁ କେହି ଦେଖୁ ନାହାନ୍ତି। ଫଳରେ ସେ ବସ୍ତିରେ ଏକ ଭଙ୍ଗା କୁଡ଼ିଆରେ ଜରିପାଲ ଟାଣି ତା ତଳେ ଜୀବନ ଅତିବାହିତ କରୁଛନ୍ତି। ଏପରିକି ତାଙ୍କୁ ଆବାସ ଯୋଜନା ଟିଏ ମଧ୍ୟଯୋଗାଇ ଦିଆଯାଇନାହିିଁ। ଟଙ୍କା ବସ୍ତାରେ ଉଇ ଚରିଯିବାରୁ ବୃଦ୍ଧା ଜଣଙ୍କ ମୁଣ୍ଡରେ ହାତ ଦେଇ ବସିଛନ୍ତି। Share