ରିଲାଏନ୍ସ ପକ୍ଷରୁ ରତନ ଟାଟାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ, ତାଙ୍କ ପରିବାର ସଦସ୍ୟ, ରିଲାଏନ୍ସ ମ୍ୟାନେଜମେଣ୍ଟ ଟିମ୍ ଓ କର୍ମଚାରୀଙ୍କ ସହ ମିଶି ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟାଙ୍କୁ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରୀର ବାର୍ଷିକ ଦୀପାବଳୀ ନୈଶ୍ୟ ଭୋଜନରେ ରତନ ଟାଟାଙ୍କୁ ଭାରତର ମହାନ ପୁଅ ଭାବେ ସମ୍ବୋଧନ କରି ନୀତା ଅମ୍ବାନୀ କହିଥିଲେ, ୪ ଦିନ ପୂର୍ବେ ଆମେ ରତନ ଟାଟାଙ୍କୁ ହରାଇଛୁ। ତାଙ୍କ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଛି। ସେ ମୋ ଶ୍ୱଶୁରଙ୍କର, ମୁକେଶଙ୍କର ଏବଂ ଆମ ପରିବାରର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ସେ ଆକାଶର ମଧ୍ୟ ମାର୍ଗଦର୍ଶକ ଥିଲେ। ସେ ଜଣେ ଦୂରଦୃଷ୍ଟି ସମ୍ମନ୍ନ ଉଦ୍ୟୋଗପତି ଓ ପରୋପକାରୀ ବ୍ୟକ୍ତି ଥିଲେ ଯିଏକି ସମାଜର ଉନ୍ନତି ପାଇଁ ସର୍ବଦା ଚେଷ୍ଟା ଜାରି ରଖଥିଲେ।