ନୂଆଦିଲ୍ଲୀ: ଅଭିନେତା ପ୍ରକାଶ ରାଜଙ୍କୁ ପ୍ରଣବ ଜୁୟେଲର୍ସ ମନିଲଣ୍ଡ୍ରିଂ ମାମଲାରେ ଇଡି ସମନ ଜାରୀ କରିଛି । ରାଜ ପ୍ରଣବ ଜୁୟେଲର୍ସର ବ୍ରାଣ୍ଡ ଆମ୍ବାସେଡ଼ର ହୋଇଥିବାରୁ ଯାଞ୍ଚ ପରିସରରେ ରହିଛନ୍ତି । କଥିତ ପୋଞ୍ଜି ସ୍କିମ ଚଲାଇବା ଆରୋପରେ ଇଡି ଗତ ୨୦ ତାରିଖରେ କମ୍ପାନୀ ଉପରେ ରେଡ ମାରିଥିଲା ।
ଇଡି ଦ୍ୱାରା ଜାରୀ ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ପ୍ରଣବ ଜୁୟେଲର୍ସ ଓ ଅନ୍ୟ ଜଡ଼ିତ ବକ୍ତିମାନେ ସୁନା କିଣିବା ଆଳରେ ସାର୍ବଜନିକ ଧନକୁ ଫର୍ଜି ସଂସ୍ଥା କୁ ହସ୍ତାନ୍ତରିତ କରି ଜନତାଙ୍କୁ ଧୋକା ଦେଇଛନ୍ତି ବୋଲି ଯାଞ୍ଚରୁ ଜଣାପଡ଼ିଛି ।