ନବରଙ୍ଗପୁର,ଏନ୍ଏନ୍ଏସ୍: ସାଧୁସନ୍ଥଙ୍କ ସୁରକ୍ଷା ପାଇଁ ଜିଲ୍ଲା ଏସପିଙ୍କୁ ହିନ୍ଦୁ ମହାସଂଘ ସହ ଅନ୍ୟାନ୍ୟ ସଂଗଠନର କାର୍ଯ୍ୟକର୍ତ୍ତା ଦରଖାସ୍ତ ଦେଇଛନ୍ତି । ଗତ ୧୪ ନଭେମ୍ବର ସନ୍ଧ୍ୟା ସମୟରେ କଲ୍ୟାଣସିଂହପୁରର ଦେବଗିରି ଆଶ୍ରମର ସଂସ୍ଥାପକ ତଥା ହିନ୍ଦୁ ମହାସଂଘର ମାର୍ଗଦର୍ଶକ କ୍ରାନ୍ତି ବାବାଙ୍କୁ ଜୀବନରୁ ମାରିଦେବାକୁ ଆକ୍ରମଣ ହୋଇଥିଲା । ଆଜି ଏହି ବିଷୟକୁ କେନ୍ଦ୍ର କରି ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ସମଗ୍ର ଓଡ଼ିଶାର ସାଧୁସନ୍ଥଙ୍କ ସୁରକ୍ଷା ପାଇଁ ଏକ ଦାବୀପତ୍ର ହିନ୍ଦୁ ମହାସଂଘ, ମହିମା ସମାଜ, ଆୟାପ୍ପା ସ୍ୱାମୀଙ୍କ ଭକ୍ତ ଓ ରାମନାମୀ ସମାଜର ପ୍ରମୁଖ ବ୍ୟକ୍ତିମାନେ ନବରଙ୍ଗପୁର ଏସପିଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମହିମା ସମାଜର ସୌଭାଗ୍ୟ ବାବା, ବାସୁଦେବ ବାବା, ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ମୁଖ୍ୟ ଜୟନ୍ତ କୁମାର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୋୟୀ, ଗୋରା ହରିଜନ, ରାମନାମୀ ସମାଜର ବୈଦୁ ବାବା, ଦୟାସିନ୍ଧୁ ଭତ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।