ମହାରାଷ୍ଟ୍ର: ମହାରାଷ୍ଟ୍ରରେ ମରାଠା ଆରକ୍ଷଣକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ ଦଳର ମରାଠା ସମୁଦାୟକୁ ଆରକ୍ଷଣ ଦେବା ଉପରେ ସହମତି ପ୍ରକାଶ କରିଥିବା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସିନ୍ଦେ ଆହୁରି କହିଛନ୍ତି ଯେ, ସରକାରଙ୍କ ପ୍ରୟାସ ଉପରେ ଭରଷା ରଖିବାକୁ ମୁଁ ମନୋଜ ଜାରାଙ୍ଗେ ପଟେଲଙ୍କୁ ଅନୁରୋଧ କରୁଛି । ଏହି ବିରୋଧ ଏକ ନୂଆ ଦିଶା ନେବାରେ ଲାଗିଛି । ସାଧାରଣ ଲୋକ ଅସୁରକ୍ଷିତ ମଣନ୍ତୁ ନାହିଁ । ମୁଁ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ସହ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଛି ।