ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ଛାଡ଼ପତ୍ର ଘୋଷଣା

ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଛି । ହଠାତ ମେଲୋନୀ ସ୍ୱାମୀଙ୍କ ସହ ସମ୍ପର୍କ ବିଚ୍ଛେଦ ସମ୍ପର୍କରେ ଘୋଷଣା କରିଛନ୍ତି । ମେଲୋନୀ ଏବଂ ତାଙ୍କ ସ୍ୱାମୀ ଏଣ୍ଡ୍ରିୟା ଗିଆଁବ୍ରୁନୋ ୧୦ ବର୍ଷ ସାଥୀରେ ରହିଥିଲେ । କିନ୍ତୁ ଏବେ ସେ ପରସ୍ପରଠାରୁ ଭିନ୍ନ ହେବା ନେଇ ଘୋଷଣା କରିଛନ୍ତି । ତାଙ୍କର ୭ ବର୍ଷର ଏକ ଝିଅ ରହିଛି । ମେଲୋନୀଙ୍କ ସ୍ୱାମୀ ପେଶାରେ ଜଣେ ଟିଭି ସାମ୍ବାଦିକ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ନିକଟରେ ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ନୂଆଦିଲ୍ଲୀ ଆସିଥିଲେ ।