ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା’

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ଦେବା ଲାଗି ଦାୟର ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି । କିନ୍ତୁ ଏଲଜିବିଟି ବର୍ଗଙ୍କୁ ମୌଳିକ ସୁବିଧା ଦେବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଡୀୱାଇ ଚନ୍ଦ୍ରଚୂଡ଼ଙ୍କ ୫ ସଦସ୍ୟ ବିଶିଷ୍ଟ ବେଞ୍ଚ ଫଇସଲା ଶୁଣାଇ କହିଛନ୍ତି ଯେ, ଆମ ସମ୍ମୁଖରେ ମୌଳିକ ଅଧିକାର ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଯାଇଛି । ସେଥିପାଇଁ ଆମ ଫଇସଲା କାହାରି ଅଧିକାର କ୍ଷେତ୍ରରେ ଦାଖଲ କରିବନି । ସୁପ୍ରିମକୋର୍ଟ ଏପରି ବିବାହକୁ ମାନ୍ୟତା ଦେଲେ ସଂସଦର ଅଧିକାର କ୍ଷେତ୍ରରେ ଦଖଲ କରିବ । ଏହାସହ କୋର୍ଟ ଆଇନ ପ୍ରସ୍ତୁତ କରେନି କିନ୍ତୁ ଏହାକୁ ବ୍ୟାଖ୍ୟା କରିପାରିବ ।