ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ଦାଦନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ଦାଦନ ସମସ୍ୟାକୁ ଦୃଷ୍ଟିରେ ରଖି ବାଲାଙ୍ଗିର ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠୋର ରାଧାକୃଷ୍ଣ ମନ୍ଦିର ନିକଟରେ “ଉଦ୍ଧାର ୨ ଓ ଆଶା ଅଭିଯାନ’ ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟତିଥି ଭାବେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିସିକେଶ ଖିଲାରି ସମ୍ମାନୀତ ଅତିଥିଭାବେ ଯୋଗଦେଇ ଏକ ପ୍ରବାସି ଶ୍ରମିକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ବାଲାଙ୍ଗିର ଜିଲ୍ଲାର ୫ଟି ବ୍ଲକକୁ ବୁଲି ଶ୍ରମିକଙ୍କ ହିତ ବା ନିରାପଦର ସହିତ ଯିବାକୁ ସଚେତନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମାଧ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଜିଲ୍ଲାଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ବିଡିଓ ଆକାଶ ରଞ୍ଜନ ସାହୁ ଅତିଥିଭାବେ ସାମିଲ ହୋଇଥିଲେ । ଅଞ୍ଚଳର ବିଭିନ୍ନ ସଂଗଠନର ସଦସ୍ୟ, ମିଶନ ଶକ୍ତିର ମାଁ ଓ ଜନସାଧାରଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଥାନାଧିକାରୀ ଝସ୍ କେତନ ଭୋଇ ଓ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ଅଂଶଗ୍ରହଣ କରିଥିଲେ । ସଚେତନତା ପୂର୍ବରୁ ଏକ ସୁସଜ୍ଜିତ ଗାଡ଼ିକୁ ପତାକା ଦେଖାଇ ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଥିଲେ ।