ମୁନିଗୁଡ଼ା,ଏନ୍ଏନ୍ଏସ୍: ମିଶନ ଇନ୍ଦ୍ରଧନୁଷ ଏକ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ଯାହାଦ୍ୱାରା ପିଲାଙ୍କୁ ନିରୋଗୀ ରଖିବା ସହ ସୁସ୍ଥ ସମାଜ ଗଠନ କରାଯାଇପାରିବ । ଏହି ଉଦ୍ଦେଶ୍ୟ ନେଇ ସାରା ଦେଶରେ ଇନ୍ଦ୍ରଧନୁଷ ୫.୦ ଆରମ୍ଭ ହୋଇଥିବାବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକରେ ମଧ୍ୟ ଏହି ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମ ଗତ ମାସ ୧୧ ତାରିଖରେ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୩ଟି ସବସେଣ୍ଟରରେ ପିଲାଙ୍କୁ ଟିକା ଦିଆଯାଇଥିବାବେଳେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ମୁନିଖୋଲ ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଡଙ୍ଗରିଆ ଗାଁରେ ଟୀକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଥିବା ଡଙ୍ଗରିଆ ଗ୍ରାମ ସକଟାରେ ଟୀକାକରଣ ହୋଇଛି । ଟୀକାକରଣରୁ ବାଦ ପଡ଼ିଥିବା ପିଲାଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ଅଙ୍ଗନବାଡି କର୍ମୀ ପହଞ୍ଚି ଆବଶ୍ୟକୀୟ ଟିକା ପ୍ରଦାନ କରିଛନ୍ତି । ଆଜିର ଶକଟା ଗ୍ରାମରେ ଦିଆଯାଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଏଏନଏମ କେ ସୁନିତା, ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଶ୍ରିକାନ୍ତ ବେହେରା, ଆଶାକର୍ମୀ କନେ ଶବର ଓ ଅଙ୍ଗନବାଡି କର୍ମୀ ଦମୟନ୍ତି ମାଣ୍ଡାଙ୍ଗି ଯୋଗ ଦେଇଥିଲେ ।
ପ୍ରକାଶଥାଉ କି, ଏହି ଟିମ ପ୍ରଥମ ପର୍ଯ୍ୟାୟରେ ଗୋରଠା, କାଠଗଡ଼ା, ଆମ୍ବଧୋନୀ, ମେରକାବଣ୍ଡଲି ଓ ସାନ ଡଙ୍ଗୁଣୀ ଗ୍ରାମର ପିଲାଙ୍କୁ ଟିକାକରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରାଯିିବ ଏବଂ କିପରି ଶତପ୍ରତିଶତ ଟିକାକରଣ କରାଯାଇପାରିବ ତାକୁ ପିଏଚଇଓ ସଞ୍ଜୁକ୍ତା ଗମାଙ୍ଗ, ବିପିଏମ୍ ତପନ କୁମାର ପଣ୍ଡା, ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସବ୍ୟସାଚୀ ମହାପାତ୍ର ଓ ବିଡିଏମ ଶ୍ରମତୀ ସୁମୀତା ଦାଶ ତଦାରଖ କରୁଛନ୍ତି ।