ରିଆମାଳରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଡ଼ିଦୋ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନା କର୍ମୀ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବଡ଼ବାହାଳ ଉଚ୍ଚ ପ୍ରାଥମିକ ପ୍ରଧାନଶିକ୍ଷୟିତ୍ରୀ ସୁରେଖା ସାହାଣୀ ସ୍ୱାଗତ ଭାଷଣ ତଥା ସଂଯୋଜନା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ସ୍ୱତନ୍ତ୍ର ଅତିଥିଭାବେ ଓ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ବନିତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୁକ୍ତା ସାମଲ, ଗାନ୍ଧି ଚରଣ ନାୟକ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ । କନିଷ୍ଠ ବିଭାଗରେ ଚିତ୍ରାଙ୍କନରେ ସଞ୍ଜିବ ମୁଣ୍ଡା, ବକ୍ତୃତା ହେମାମାଳିନୀ ପ୍ରଧାନ, କୁଇଜ୍ ହେନେଶ୍ୱରୀ ସାହୁ, ହସ୍ତାକ୍ଷର ଦିବ୍ୟ ପ୍ରିୟଦର୍ଶିନୀ ପ୍ରଧାନ, ସଙ୍ଗୀତ ପପିନା ସ୍ୱାଇଁ, ବରିଷ୍ଠ ବିଭାଗର ପ୍ରବନ୍ଧରେ ରାଜଶ୍ରୀ ସାହୁ, ବିତର୍କ ସିଲି ପ୍ରଧାନ, ବକ୍ତୃତା ଭବାନି ଦେହୁରୀ, ସୃଜନଶୀଳ ଲିଖିନ ହରେନ୍ଦ୍ର ପ୍ରଧାନ, କୁଇଜ୍ ମୃଦୁ ମଳୟ ଜେନା, ଚିତ୍ରାଙ୍କନ ପିୟୁଷ ପ୍ରଧାନ, ସଙ୍ଗୀତ ନିଶି ବିଶ୍ୱାଳ, ଯୁକ୍ତ ୨ ସ୍ତରୀୟ ବିଭାଗର ପ୍ରବନ୍ଧରେ ସୁଜାତା ରାଉତ, ବିତର୍କ ସୁଶିଲ ନାୟକ, ବକ୍ତୃତା ଶିଖା ବିଶି, କୁଇଜ୍ କଅଁଲିଶ ସଞ୍ଜ ଓ ଚିତ୍ରାଙ୍କନରେ ବଲିଲି ପ୍ରଧାନ କୃତକାର୍ଯ୍ୟ ହୋଇଛନ୍ତି ।