ବାଲେଶ୍ୱର,ଏନ୍ଏନ୍ଏସ୍: ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଛି । ଏଥିରେ ଗିରଫ ହୋଇଥିବା ୩ ରେଳ ଅଧିକାରୀଙ୍କ ନାଁରେ ଆଇପିସି ଦଫା ୩୦୪(୨), ୩୪ରେ ଚାର୍ଜସିଟ ଦାଖଲ ହୋଇଛି । ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ମଧ୍ୟ ଚାର୍ଜସିଟ ପ୍ରସ୍ତୁତ କରାଯାଇଛି । ଉକ୍ତ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା ।