ମଡେଲ ଡିଗ୍ରୀ କଲେଜରେ ଚକ୍ଷୁଦାନ ସଚେତନତା ପକ୍ଷ ୨୦୨୩

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାର ଟିରଲିଆମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୁଲ୍ୟରେ ଚକ୍ଷୁଦାନ ସଚେତନତା ପକ୍ଷ ୨୦୨୩ ପାଳନ କରାଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡାକ୍ତର ନବକିଶୋର ବେହେରା, ଡିପିଏଚଓ ନବରଙ୍ଗପୁର ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଚକ୍ଷୁଦାନ ଦିବସ ଉପରେ ଆଲୋଚନା କରିଥିଲେ । ଏଡିପିଏଚଇଓ ନବରଙ୍ଗପୁର ରାମ ହରି ପଣ୍ଡା, ଏଏମଏନସିଡି ତରୁଣ କୁମାର ସାହୁ, କାଉନସିଲର କୃଷ୍ଣଚନ୍ଦ୍ର ମେହେର ଓ ଡିଇଓ ଡି ଶ୍ରବଣ କୁମାର ଯୋଗଦେଇ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯେଉଁମାନେ ଏଥିରେ କୃତିତ୍ୱ ହାସଲ କରିଥିଲେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ରାଲିରେ ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ, ଧନର ମାଝୀ,ପଲ୍ଲବୀ ସାହୁ, ବିକ୍ରମ ଭକ୍ତ, ସୁମନ୍ତ ବଘେଲ୍‌, ସଂଧ୍ୟା ରାଣୀ ପାଢ଼ୀ, ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଅଧ୍ୟାପିକା ଜିଭିଭି ରଞ୍ଜିତା ଧନ୍ୟବାଦ ଦେଇଥିଲେ ।