ପାଟଣାଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନକ୍ରମେ ପାଟଣାଗଡ଼ରେ ସଶସ୍ତ୍ର ପାରମ୍ପାରିକ ଶୋଭାଯାତ୍ରା ସହ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଗଡ଼ ଭିତର ଯାତ୍ରା ପଡ଼ିଆରେ ଅସ୍ତ୍ର ପୂଜନ ସହ ମାଁ ପାଟନେଶ୍ୱରୀ ମନ୍ଦିର ଓ ମାଁ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ସହସ୍ରାଧିକ ଆଦିବାସୀ ପାରମ୍ପରିକ ବେଶଭୁଷାରେ ସଜେଇ ହୋଇ ଡକା ବଜାର ତାଳେ ତାଳେ ଅସ୍ତ୍ରଶସ୍ତ୍ର ଧରି ନାଚି ସହର ପରିକ୍ରମା କରି ବ୍ରହ୍ମପୁରା ଆଦିବାସୀ ଭବନ ପର୍ଯ୍ୟନ୍ତ ପହଞ୍ଚିଥିଲେ । ପାଟଣାଗଡ଼ ବ୍ଲକ ସଭାପତି ଶ୍ରୀ ଭୁବନେଶ୍ୱର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ସମ୍ମାନିତ ଅତିଥିଭବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ପାଟଣାଗଡ଼ ବ୍ଲକ ସମ୍ପାଦକ ସାରଥୀ ବାଗ, ବେଳପଡ଼ା ବ୍ଲକ ସଭାପତି ରସିକ ଧରୁଆ, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ର ବରିହା, ଜିଲ୍ଲା ବିଂଝାଲ ସମାଜର ଲାଟ ସଭାପତି ଚନ୍ଦ୍ର ଶେଖର ବାଗ, ସଇଁନ୍ତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରୀଆ,ଆଗଲପୁର ବ୍ଲକ ସଭାପତି ଓ ବଳଦେବ ଭୋଇ ପ୍ରମୁଖ ଯୋଗଦେଇ ବିଶ୍ୱ ଆଦିବାସୀ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୟୁସିସି( ସମାନ ନାଗରିକ ସଂହିତା ଆଇନ) ବିଲକୁ ଦୃଢ଼ ବିରୋଧ କରାଯାଇଥିଲା । ଏହି ଆଇନ କାର୍ଯ୍ୟକାରୀ ହେଲେ ଆଦିବାସୀଙ୍କ ଭବିଷ୍ୟତ ଅନ୍ଧାର ହେବାସହ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେବେ । ମଣିପୁରରେ ଆଦିବାସୀ ମହିଳା ପ୍ରତି ଯେଉଁଭଳି ଅନ୍ୟାୟ, ଅତ୍ୟାଚାର ଓ ଗଣଦୁଷ୍କର୍ମ ହେଲା ସେଥିରେ ରାଜ୍ୟ ଓ କେନ୍ଦ୍ର ସରକାର ଚୁପ ଥିବାରୁ ବକ୍ତାମାନେ ବିଜେପି ସରକାର ଉପରେ ବର୍ଷିଥିଲେ । ୧୯୯୪ ମସିହାରେ ଜାତିସଂଘ ଆଦିବାସୀଙ୍କ ଐତିହ୍ୟ, କଳା ସଂସ୍କୃତି, ନାଚ ଗୀତ, ବାଦ୍ୟ ଯନ୍ତ୍ର, ଦେବାଦେବୀ ପୀଠ ସଂରଣକ୍ଷ, ଭାଷା, ବେଶଭୁଷା ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ସେହିଦିନଠୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ଭୁଏ, ଗୌରାଙ୍ଗ ବରିହା, ଧବଳେଶ୍ୱର ଭୋଇ, ଜଳ ଧରୁଆ, ଚୂଡ଼ାମଣି ଧରୁଆ, ହୃଷୀକେଶ ଭୋଇ, ଚୂଡ଼ାମଣି ଧରୁଆ(ଖ),ପିଣ୍ଟୁ ବୁଡ଼େକ, ଲେକ୍ରୁ ଧରୁଆ, ମନୋଜ ଲୁହା, ଘନ ଭୁଏ, ଲଳିତ ମଲ୍ଲିକ, ଚନ୍ଦ୍ର ବାଗ, ମଦନ ମାଝୀ, ରାମ ବରିହା, ସଞ୍ଜୀବ ମଲ୍ଲିକ ଓ ବଲରମ ବରିହା ପ୍ରମୁଖ ସହଯୋଗ କରିଥିଲେ । ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ସଂଚାଳନରେ ଲେକ୍ରୁ ଧରୁଆ ଧନ୍ୟବାଦ ଦେଇଥିଲେ ।