ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଉପଜିଲ୍ଲାପାଳ ନିର୍ମଳ କୁମାର ନାୟକ ଓ ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରମୁଖ ମଞ୍ଚ।।ସୀନ ଥିଲେ । ଯେକୌଣସି କାର୍ଯ୍ୟ କରିବା ପାଇଁ ଦୃଢ଼ ଇଛା ଶକ୍ତି ଥିଲେ ମଣିଷକୁ ସଫଳତାର ରାସ୍ତା ଆପେ ଆପେ ଦେଖାଯାଏ ବୋଲି ଶ୍ରୀ ବାଲାଜୀ ମତ ପ୍ରକାଶ କରିଥିଲେ । ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ବରିଷ୍ଠ ରାଜସ୍ୱ ସହାୟକ ବିଜୟ କୁମାର ସାହୁ ଓ ଜିତେନ୍ଦ୍ର ଚୌଧୁରୀ ପ୍ରମୁଖ ନିଜର ବକ୍ତବ୍ୟରେ ଶ୍ରୀ ରଇତଙ୍କ ପ୍ରଶାସନିକ ଦକ୍ଷତା ଏବଂ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ସୁବ୍ରତ ବେହେରା, ପି ମନସ୍ମିତା, ସ୍ନିଗ୍ଧା ରାଣୀ ପଲେଇ, ବିନୋଦ କୁମାର ନାୟକ, ସଞ୍ଜୟ କୁମାର ବାନାର୍ଜୀ, ବିନାୟକ ଖାଡ଼ଙ୍ଗା, ଅରୁଣ କୁମାର ବେହେରା, ରାମଚନ୍ଦ୍ର ରଘୁ ମଣ୍ଡଳ, ସୀତାରାମ ବେହେରା ଓ ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।