ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସଆରସି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ନେଇ ଏସଆରସି ସତ୍ୟବ୍ରତ ସାହୁ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ, ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଲଗାଣ ବର୍ଷା ଯୋଗୁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ସମ୍ଭାବ୍ୟ ବନ୍ୟା ପାଇଁ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ପ୍ରସ୍ତୁତି ହୋଇଛି । ୨୩ ଓଡ୍ରାଫ୍‌, ୮ ଏନଡିଆରଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ମହାନଦୀ ମୁଣ୍ଡଳିରେ ଏବେ ୮.୮ ଲକ୍ଷ କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି । ମୁଣ୍ଡଳି ପାସ୍ କରିବାର ୧୨ ଘଣ୍ଟା ପରେ ୩ଟି ଜିଲ୍ଲାରେ ପାଣି ପହଞ୍ଚିବ । ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାପାଳ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ ।

ସୂଚନାଯୋଗ୍ୟ, ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁରୀରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଜିଲ୍ଲାପାଳ ବାତିଲ କରିଛନ୍ତି । ବିନା ଅନୁମତିରେ କୌଣସି କର୍ମଚାରୀ ଛୁଟିରେ ଯାଇପାରିବେନି ।