ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର: ୧୯୯୮ ମସିହାରେ ପୁଲିସ ଆରଆଇ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଛି । ଏଡିଜେ-୩ କୋର୍ଟ ନାରାୟଣଙ୍କ ସହ ମୋଟ ୧୪ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଏହି ଦଣ୍ଡାଦେଶ ପରେ ନାରାୟଣ ରେଡ୍ଡୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ସରକାରଙ୍କ ଦ୍ୱାରା ପ୍ରଭାବିତ ରାୟ । ସାଧାରଣ ଲୋକ ଓ ଚାଷୀଙ୍କୁ ନ୍ୟାୟ ମିଳୁନଥିବାରୁ ଆମେ ମର୍ମାହତ । ରାୟ ବିରୋଧରେ ଆମେ ଉପର କୋର୍ଟକୁ ଯିବୁ ।

ସୂଚନାଯୋଗ୍ୟ, ୧୯୯୮ରେ ସିନ୍ଧି ଗାଁରେ ଏକ ବୈଠକ ବେଳେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଓ ମାରପିଟରେ ଆରଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିିଥିଲା । ଘଟଣାରେ ନାରାୟଣ ରେଡ୍ଡୀଙ୍କ ସମେତ ୨୨ଜଣଙ୍କ ନାଁରେ ମାମଲା ହୋଇଥିଲା । ୨୫ ବର୍ଷର ଦୀର୍ଘ ମାମଲାରେ ଏଯାବତ ୮ଜଣଙ୍କ ମୃତ୍ୟୁ ଘଟିସାରିଲାଣି ।